ନୂଆପଡ଼ା -୧୭/୧୨(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ଦିବ୍ଯାଙ୍କ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଯୋଗିତା ଆଜି ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ଯକ୍ରମରେ ବିଭିନ୍ନ ବିଦ୍ଯାଳୟରୁ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ସହ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଏ ଅବସରରେ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମଧ୍ଯ ପ୍ରମାଣପତ୍ର ଦିଆ ଯାଇଥିଲା । ଏ ନେଇ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଗୋଷ୍ଠି ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ ଓ ସମ୍ମାନିତ ଅତିଥି ଭାବରେ ସିଆରସିସି ସୁଧିର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ପରେଶନାଥ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଦୁର୍ଯ୍ଯୋଧନ ମାଝୀ, ତୋଫାନ ଭୋଇ, ଆଇ.ଇ.ଭି. ଗୋଲାପି ଜଗତ, ନରେଶ ସୁନାନୀ, ଯତୀନ୍ଦ୍ର ମେହେର, ଖଗେଶ୍ୱର ସା ସହଯୋଗ କରିଥିଲେ । ବିଆରଟି ମହେଶ୍ୱର ପ୍ରଧାନ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଦୁର୍ଯ୍ଯୋଧନ ମାଝୀ ଧନ୍ଯବାଦ ଦେଇଥିଲେ ।