Odisha news

ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ୍ ପାଳନ

0
ନୂଆପଡ଼ା -୧୭/୧୨(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ବୁଢ଼ୀପାଲି କ୍ଲଷ୍ଟର ଅଧିନସ୍ତ ଜେଞ୍ଜେରା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଅତି ଉତ୍ସାହ ର ସହିତ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ଙ୍କୁ ବୟସ ଅନୁଯାୟୀ ଦଳ ରେ ବିଭାଜନ କରାଯାଇଥିବାବେଳ ସମସ୍ତ  ଛାତ୍ରଛାତ୍ରୀମାନେ ଯେପରି ଭାଗ ନେଇ ପାରିବେ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି  ଦିଆଯାଇଥିଲା ।ସମାଜସେବୀ ଅର୍ଚ୍ଚନା ଜୈନ,ପୂର୍ବତନ ପ୍ରଧାନ ଶିକ୍ଷକ ଯୌବନ ସଲମା ଏବଂ ସମ୍ମାନିତ ଅତିଥି ଭାବେ ବୁଢ଼ିପାଳି ସି.ଆର.ସି.ସି. ଦେଓଲାଲ ବାଗ ଉପସ୍ଥିତ ଥିଲେ ଛାତ୍ରଛାତ୍ରୀଙ୍କୁ କ୍ରୀଡା ର ମହତ୍ତ୍ଵ ଓ ଜୀବନ ରେ ଏହାର ଉପଯୋଗୀତା ଉପରେ ବିଶଦ ରୁପେ ଅତିଥିଗଣ ବୁଝାଇ ଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଖେଳ ମାଧ୍ୟମରେ ଶିକ୍ଷାଦାନ କିପରି କରାଯାଇ ପାରିବ ଏହାର ନମୁନା କାର୍ଯକ୍ରମ ମାନ ବିଦ୍ୟାଳୟ ର ଶିକ୍ଷକ ମାନଙ୍କର ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିଲେ । କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଡାଲ ସହ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ଖେଳକୁଦ ସାମଗ୍ରୀ କିଣିବା ପାଇଁ ଫଣ୍ଡ ବହୁତ ଉପଯୋଗୀ ବିଦ୍ୟାଳୟ ପାଇଁ ହେଇ ପାରୁଛି ଯାହାଦ୍ଵାରା ପିଲା ମାନେ ଖେଳକୁଦ ପ୍ରତି ଆକର୍ଷିତ ହେବା ସହ ଉତ୍ସାହ ର ସହିତ ଭାଗ ନେଉଛନ୍ତି ବୋଲି ମତ ପ୍ରକାଶ ପାଇଥିଲା।

Leave A Reply