Odisha news

ନେସନାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ।

0

ନୂଆପଡ଼ା – ୧୩/୧୨(ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ମିନି ଷ୍ଟାଡିୟମ୍ ଠାରେ ଉଦଘାଟିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢାଇ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ରୂପେ ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ତଥା ଓସିଏ ସଦସ୍ୟ ସରୋଜ କୁମାର ସାହୁ, କ୍ରୀଡାବିତ୍ ହରିଶ୍ ବାତ୍ରା ଓ କ୍ରୀଡାବିତ୍ ରାଜୁ ଛାବଡା ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଚୁଲାଭାଟ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତା ବ୍ୟକ୍ତିଗତ ଓ ସାମୂହିକ ଜୀବନରେ କ୍ରୀଡାର ମହତ୍ତ୍ଵ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁଞ୍ଜ ବାଗ, ସଦର ସିଆରସିସି ଜୀତେନ୍ଦ୍ର ଖମାରୀ, ଶିକ୍ଷକ ସଂଘ ସଭାପତି ଶଙ୍କର୍ଷଣ ପୁରୋହିତ, ଅଁଲାଯୁବ ସିଆରସିସି ଶରତ କୁମାର ପଣ୍ଡା, ହିନ୍ଦୀ ଶିକ୍ଷକ ଅବୋଧ ନାରାୟଣ ପଟେଲ ମଞ୍ଚାସିନ ଥିଲେ। କ୍ରୀଡା ଶିକ୍ଷକ ମୋହନ ମହନ୍ତ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ସୁକାନ୍ତ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ବାର୍ଷିକ କ୍ରୀଡାରେ ଉପସ୍ଥିତଥିଲେ।

Leave A Reply