ନୂଆପଡ଼ା -୭/୧୨(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କ୍ଷେତ୍ର ପରିଦର୍ଶନରେ ଯାଇ କର୍ଲାକୋଟ ଧାନମଣ୍ଡି ରେ ଧାନ କ୍ରୟ ବ୍ୟବସ୍ଥା ଦେଖିଥିଲେ । ନବୀନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଏହି ମଣ୍ଡିରେ ସାତ ଜଣ କୃଷକ ସାତ ସହ ତିନି ବସ୍ତା ଧାନ ଜମା କରିଥିଲେ । ମଣ୍ଡିରେ ଚାଷୀ ମାନଙ୍କ ପାଇଁ ପିଇବା ପାଣି , ଶୌଚାଳୟ ବସିବା ପାଇଁ ଛାୟା ଓ ଚୌକିର ବ୍ୟବସ୍ଥା କରିବା ପାଇଁ ଆରଏମସି କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହାପରେ କର୍ଲାକୋଟ ସବ ସେଣ୍ଟର ସ୍ଵାସ୍ଥ୍ୟ କେନ୍ଦ୍ର ତଥା ଡେ କେୟାର ସେଣ୍ଟର ପରିଦର୍ଶନ କରିଥିଲେ l ଏହା କୋମନା ବ୍ଲକ ଦ୍ବାରା ୪୬ ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି । ଚଳିତ ଡିସେମ୍ବର ମାସରେ ଏହା ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଅବସରରେ ଉଦଘାଟନ ହେବାକୁ ଥିବାରୁ ଏହାର କାମ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ସମାଜ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଡମଝର ବିଦ୍ୟାଳୟ ପରିଦର୍ଶନ କରି ଏଠାରେ ଆଠ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତିରିକ୍ତ ଶ୍ରେଣୀଗୃହର କାମ ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ କହିଥିଲେ । ୯୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡମଝର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୃହର ଛାତ ପଡି ସାରିଥିବାରୁ ବାକି କାମ ଦୁଇ ମାସ ମଧ୍ୟରେ ସାରିବାକୁ ବିଡିଓ ଓ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଲର୍କା ମଣ୍ଡି ପରିଦର୍ଶନ କରି ଚାଷୀ ଏବଂ ମିଲର ମାନଙ୍କ ସହିତ ଆଲୋଚନା କରି ଆପୋଷ ସହଯୋଗରେ ସୁବ୍ୟବସ୍ଥ। ସହିତ ଧାନ ଉଠାଇ ଏହାକୁ ଜିଲ୍ଲାର ଏକ ଆଦର୍ଶ ମଣ୍ଡି କରିବା ପାଇଁ ଆହ୍ବାନ ଦେଇଥିଲେ । ଏହାପରେ ବୋଇରଗାଁ
ପଞ୍ଚ।ୟତର ଚିକଲଚୁଆଁ ଗାଁରେ ଜଳ ବଭାଜିକା ପ୍ରକଳ୍ପ ଦ୍ବାରା ନିର୍ମିତ ତିନି ହେକ୍ଟର ବିଶିଷ୍ଟ ଆମ୍ବ ବଗିଚା ବୁଲି ଦେଖିଥିଲେ । ଏହି ଆମ୍ବ ବଗିଚା ଖଗେଶ୍ୱର ମାଝୀ ଏବଂ ତାଙ୍କ ସାଥୀ କୃଷକ ମାନଙ୍କ ଦ୍ବାରା ମନରେଗା ଯୋଜନାରେ ୧୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଯେଉଁଠାରେ ବାର ସହ ଆମ୍ବ ଗଛ ଲଗାଯାଇଛି । ଏହାପରେ କେଶରାଜପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା କମିଟି ସଭାରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ, ସ୍ଵାସ୍ଥ୍ୟ ଅଧିକାରୀ , ପୂର୍ତ୍ତ ବିଭାଗ ଯନ୍ତ୍ରୀ , ବିଦ୍ୟାଳୟର ଅଧ୍ୟକ୍ଷ ଓ ପରିଚାଳନା କମିଟି ସଦସ୍ୟ ଯୋଗଦାନ କରିଥିଲେ । ଏହାପରେ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କ ବୈଠକରେ ଉତ୍ତମ ଶିକ୍ଷାଦାନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହିସାବରେ ଗଢି ତୋଳିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସେମାନଙ୍କୁ ଆହ୍ବାନ ଦେଇଥିଲେ ।