ବାଲିଗୁଡା,୭/୧୨-;ବାଲିଗୁଡା ସହରର ନୁତନ ପେଟ୍ରୋଲ ପମ୍ପ ନିକଟ ୫୯ନମ୍ବର ଜାତୀୟ ରୋଜପଥରେ ଗତବିଳମ୍ବିତ ରାତିରେ ଏକ ମର୍ମନ୍ତକର ଦୁର୍ଘଟଣା ଘଟିଛି ଯାହାଫଳରେ ଜଣଙ୍କ ଜୀବନ ଚାଲିଯାଇଛି । ସୁଚନାରୁ ପ୍ରକାଶ ଯେ ଗତ ବିଳମ୍ବିତ ରାତିରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ।ଯାହାଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି ।ମୃତ ଯୁବକର ଘର କ.ନୁଆଗଁ ବ୍ଲକ ଅନ୍ତର୍ଗତ ସିର୍ତିଗୁଡା ପଂଚାୟତର କାନ୍ଦିବାନ୍ଦା ଗ୍ରାମର ଅଙ୍ଗଦ ପ୍ରଧାନ ବୋଲି ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ପୋଲିସ ଜାଣିପାରି ଘଟଣା ସ୍ଥଳକୁ ଯାଇ ରାସ୍ତା ଉପରେ ପଡିଥିବା ଶବ ଓ ଦୁର୍ଘଟଣା ଗ୍ରସ୍ତ କାର ଓ ବାଇକକୁ ଜବତ କରିଛନ୍ତି । ଶବକୁ ବ୍ୟବଛେଦ ନିମନ୍ତେ ଉପଖଣ୍ଡ ଚିକିସôାଳୟକୁ ପଠାଇଥିବା ବେଳେ ଏହି ଘଟଣାରେ ଏକମାମଲାରୁଜୁକରି ତଦନ୍ତ କରୁଥିବା ଜଣାପଡିଛି ।