ନୂଆପଡ଼ା ୬/୧୨(ସୁରେନ୍ଦ୍ର ତିୱାରୀ) ବାଙ୍ଗଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ କରାଯାଉଥିବା ଅକଥନୀୟ ଅତ୍ୟାଚାର ଓ ଗଣ ହତ୍ୟା ବିରୋଧ ରେ ଆଜି ନୂଆପଡ଼ା ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଜିଲ୍ଲା ସଦର ମହକୁମାଠାରେ ବିଶାଳ ଶୋଭା ଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଥମେ ସ୍ଥାନୀୟ ରାମ ମନ୍ଦିର ଠାରେ ଜିଲ୍ଲା ର ହିନ୍ଦୁ ଧର୍ମ ପ୍ରେମିଗଣ ଏକତ୍ରିତ ହୋଇ ଗେରୁଆ ବସ୍ତ୍ର ପରିଧାନ କରି ଧ୍ଵଜା, ପଗଡ଼ି ସହ ବିଶାଳ ଶୋଭା ଯାତ୍ରା ରେ ବାହାରି ନଗର ପରିକ୍ରମା କରି ବାଙ୍ଗଲାଦେଶ ବିରୋଧ ରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ପହଞ୍ଚି ଥିଲେ। ଏ ଅବସର ରେ ହେମନ୍ତ କୁମାର ଦଣ୍ଡସେନା ଙ୍କ ମଞ୍ଚ ପରିଚାଳନା ରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇ ଥିଲା। ବିକ୍ଷୋଭ ସଭା ରେ କୁଞ୍ଜ ଦେବ, ଦିଲୀପ କୁମାର ଜିଜ୍ଞାସୁ, ପୁଷ୍ତମ ସୁନାନୀ, ହେତୁ ରାମ ଚନ୍ଦ୍ରକାର ସହ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଅଭିନନ୍ଦନ ପଣ୍ଡା,ସଞ୍ଜୟ ତିୱାରୀ, ସୁବ୍ରତ ଠାକୁର, ସରୋଜ କୁମର ସାହୁ, ଟିଟୁ ପଣ୍ଡା, ସୁଶିଲ ଅଗ୍ରୱାଲ ,ସରିତା ଠାକୁର ଓ ସୋନିଆ ଜୈନ ପ୍ରମୁଖ ଯୋଗ ଦେଇଥିଲେ। ଗୁରୁକୁଳ ଆମସେନା ଓ ହରିପୁର ର ଆଚାର୍ଯ୍ୟ ଓ ଅନ୍ତେବାସୀ ଯୋଗ ଦେଇଥିଲେ। ସଭା ଶେଷ ରେ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।