ନୂଆପଡ଼ା – ୬/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସିନାପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ତ୍ରିଦିବସୀୟ ବ୍ଳକସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ସିନାପାଲି ବ୍ଲକ ଅଧୀନସ୍ଥ ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ୮୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି । ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମରେ ସଂଯୋଗୀକରଣ ଆଧାରିତ ଏହି ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବରେ ପ୍ରଧାନ ଶିକ୍ଷକ ଲଳିତ ସୁନାରୀ ଓ ସମ୍ମାନିତ ଅତିଥି ଭାବରେ ରାଜ୍ଯ ସମ୍ୱଳ ଶିକ୍ଷକ ଦ୍ବୟ ପରେଶନାଥ ପାଣିଗ୍ରାହୀ ଓ ଲୋଚନ ମେହେର ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସିଆରସିସି ସୁଧିର କିଶୋର ଠାକୁର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଶିକ୍ଷକ ପଦ୍ମଲୋଚନ ନାଏକ ସଭା ପରିଚାଳନା କରିଥିଲେ । ଶିବିର ପରିଚାଳନାରେ ମହେଶ କୁମାର ମେହେର, ଅନିମା କୁମାରୀ ପଣ୍ତା, ଦୁର୍ଯ୍ଯୋଧନ ମାଝୀ,ଟିଙ୍କି ଦୁରିଆ, ସନ୍ତୋଷ ବନ୍ଦିଛୋର, ପ୍ରସନ୍ନ କୁମାର ମାଝୀ, ଈଶ୍ୱର ବଘେଲ, ଗୁପ୍ତେଶ୍ୱର ମାଝୀ, ସୁଦର୍ଶନ ଭୋଇ ପ୍ରମୁଖ ସହଯୋଗ କରୁଛନ୍ତି ।