Odisha news

ବିଶ୍ବ ମୃତ୍ତିକା ଦିବସ ପାଳିତ : ମୃତ୍ତିକା ର ଯତ୍ନ, ପରିମାପ , ପର୍ଯ୍ୟବେକ୍ଷଣ ଓ ପରିଚାଳନା ଉପରେ ଆଲୋଚନା            

0
ନୂଆପଡ଼ା – ୫/୧୨ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ ହୋଇଯାଇଛି l ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦିପ ମୁଖ୍ୟ ଅତିଥି ଏଵଂ  ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଖରିଆର – ପ୍ରଦୀପ କୁମାର ବେଉରିଆ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, କୃଷି ଶିଳ୍ପ ନିଗମ ଜିଲ୍ଲା ପରିଚାଳକ ପଦ୍ମଲୋଚନ ମାଝୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମୃତ୍ତିକା ବିଶେଷଜ୍ଞ ଗୋବିନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରକଳ୍ପ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l ସଭାର ଆୟୋଜକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ସମ୍ଭାଷଣ ଦେଇଥିଲେ l   ବିଶ୍ବ ମୃତ୍ତିକା ଦିବସ ଉପଲକ୍ଷେ ଏ ବର୍ଷ ପାଇଁ ବାର୍ତ୍ତା ଥିଲା ମୃତ୍ତିକା ର ଯତ୍ନ, ପରିମାପ , ପର୍ଯ୍ୟବେକ୍ଷଣ ଓ ପରିଚାଳନା l ଅତିଥି ମାନେ ଏ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ l ଏହା ସହିତ ଜୈବିକ କୃଷି ର ଆବଶ୍ୟକତା, ରାସାୟନିକ ସାର , କୀଟନାଶକ ର କମ୍ ବ୍ୟବହାର, ଜଳ ଓ ମୃତ୍ତିକା ର ପରିଚାଳନା, ଧଣିଚା, ଛଣି, ଜିଆ ଚାଷ ର ଉପକାରିତା, ବିଷୟରେ କୃଷକ ମାନଙ୍କୁ ବୁଝାଇଥିଲେ l ସମସ୍ତ କୃଷକ ନିଜ ନିଜ ଜମିର ମୃତ୍ତିକା  ପରୀକ୍ଷା କରାଇ ସେ ଅନୁସାରେ ଚାଷ କରିବା ଓ ସାର, ଅଣୁସାର ପ୍ରୟୋଗ କରିବା ପାଇଁ ଉପଦେଶ ଦେଇଥିଲେ l ମୂଖ୍ୟ ଅତିଥି ଶ୍ରୀମତୀ ଦୀପ କୃଷି ବିଭାଗ ତରଫରୁ ସମସ୍ତ କୃଷକ ପରିବାର ପାଖରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ର ବାର୍ତ୍ତା ପହଞ୍ଚାଇବା ପାଇଁ କହିଥିଲେ l  କିଭଳି ଭାବରେ ଆମେ ମୃତ୍ତିକା ର ସଂରକ୍ଷଣ କରି ଆଗମୀ ପିଢ଼ି ପାଇଁ ତାକୁ କୃଷି ଉପଯୋଗୀ କରି ରଖିବା ସେ ବିଷୟରେ  ବୁଝାଇଥିଲେ lଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଚାଷୀ ମାନଙ୍କୁ ସେମାନଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଗଲା l ସଭାରେ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଙ୍କ ସହ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଯୋଗଦାନ କରିଥିଲେ  l  ବିଭିନ୍ନ ବ୍ଲକ୍ ରୁ ଶତାଧିକ କୃଷକ ଏଥିରେ ଅଂଶଗ୍ରହଣ କରିଥିଲେ l କୋମନା ବ୍ଲକ୍ କୃଷି ଅଧିକାରୀ ସୁଧାଂଶୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l
IEC 2 years
Leave A Reply