Odisha news

ଗ୍ରାମାଞ୍ଚଳ ରେ ମନରେଗା  କାମ ବୁଲି ଦେଖିଲେ ଓ ଶ୍ରମିକ ମାନଙ୍କୁ ଉତ୍ସାହିତ କଲେ ଜିଲ୍ଲାପାଳ।

0
ନୂଆପଡ଼ା -୪/୧୨ (ସୁରେନ୍ଦ୍ର ତିୱାରୀ) : ଆଜି  ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ ବିଶୋରା ଗ୍ରାମ ପଞ୍ଚାୟତ  ଗସ୍ତ କରି ଝିଟକି ଗାଁ ର ଝିଟକି ବନ୍ଧ ଓ ବାବନକେରା ଗାଁର ଦର୍ଲି ବନ୍ଧରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ପରିଦର୍ଶନ କରିଥିଲେ l  ଏହି ଅବସରରେ ସେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିବା ସହିତ ଏହି ଯୋଜନାରେ ମିଳୁଥିବା ଲାଭ ସମ୍ଵନ୍ଧରେ ବୁଝାଇଥିଲେ lନିଜ ଗ୍ରାମ ତଥା ଅଂଚଳରେ ପର୍ଯ୍ୟାପ୍ତ ସରକାରି ଶ୍ରମ ଭିତ୍ତିକ କାମ ମିଳୁଥିବାରୁ ସମସ୍ତେ ଏହାର ସୁଯୋଗ ନେଇ କାମ କରିବାକୁ ଏବଂ ପ୍ରବାସୀ ଶ୍ରମିକ ହିସାବରେ ବାହାର ରାଜ୍ୟକୁ ନ ଯିବା ପାଇଁ କହିଥିଲେ  l  ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା କୃଷି,ଶିକ୍ଷା, ଶ୍ରମ, ସ୍ୱାସ୍ଥ୍ୟ , ପାନୀୟ ଜଳ, ସୁଭଦ୍ରା ଯୋଜନା, ପିଏମ ଆବାସ ଘର, ପଞ୍ଚାୟତ ର ବିଭିନ୍ନ ସୁବିଧା ସୁଯୋଗ ସେମାନେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ l ମହିଳା ସ୍ଵଂସହାୟକ ଦଳମାନେ କି କି କାମ କରୁଛନ୍ତି ଓ ପ୍ରଶାସନ ଠାରୁ ଆଉ କିଭଳି ସହଯୋଗ ଚାହୁଁଛନ୍ତି ବୁଝିଥିଲେ l ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ଦେଖିଥିଲେ  ଓ ପାଚେରୀ ନିର୍ମାଣ ସମ୍ଵନ୍ଧରେ ପଚାରିଥିଲେ l ଜିଲ୍ଲାପାଳଙ୍କ ସରଳ ବ୍ୟବହାର ଓ ଆତ୍ମୀୟତାରେ ଗ୍ରାମବାସୀ ତଥା ଶ୍ରମିକ ମାନେ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ l ଗାଁ ରେ ଜଳଭିଭାଜିକା ପ୍ରକଳ୍ପ ଦ୍ୱାରା ହୋଇଥିବା ଆମ୍ବ ବଗିଚା ବୁଲି ଦେଖିଥିଲେ l ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ନେଗିପାଲି ପରିଦର୍ଶନ କରି ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଚ୍ଚକୋଟୀର ଶିକ୍ଷା ଦାନ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ ହିସାବରେ ଗଢ଼ି ତୋଳିବା ପାଇଁ ଆହ୍ଵାନ ଦେଇଥିଲେ lଏହି ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ନୂଆପଡା ବିଡିଓ ରୋହିତ ଭୋଇ ,ଜିଲ୍ଲା  କୃଷି ଅଧିକାରୀ ବାବୁଲି ଚରଣ ସେଠି, ସତ୍ୟ ଭୂଷଣ ନାଗ,ମିସନ୍ ଶକ୍ତି ପରିଚାଳକ ସୁନୀଲ କୁମାର ମଲ୍ଲିକ,ଏଵଂ ବ୍ଲକ୍ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l  l ଜିଲ୍ଲାପାଳ  ବିଭିନ୍ନ  ଗ୍ରାମ ଗସ୍ତ କରି ଗ୍ରାମବାସୀ ଓ ଶ୍ରମିକ ମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ମିଶିବା ,ସେମାନଙ୍କ ସୁବିଧା ଅସୁବିଧା ବୁଝି ତାହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ  ସମସ୍ତ ମହଲରେ ସ୍ବାଗତ କରା ଯାଉଛି l
Leave A Reply