Odisha news

ଜାତୀୟ ଡିଏଭି ରୋଲର ସ୍କେଟିଂ, ବ୍ରହ୍ମପୁର ସ୍କେଟର ଅନ୍ୱେଷାଙ୍କୁ ବ୍ରୋଞ୍ଜ ମେଡାଲ 

0
ବ୍ରହ୍ମପୁର  : ନୂଆଦିଲ୍ଲୀର  ନଏଡ଼ା ସେକ୍ଟର୍-21 ,ସ୍କୋର୍ଟସ୍ ଷ୍ଟାଡିଅମ୍ ଠାରେ ଚଳିତ ମାସ 2 ତାରିଖ ଠାରୁ 4 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଡିଏଭି ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା  ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଅନ୍ୱେଷା ବିଷୋୟୀ ବ୍ରୋଞ୍ଜ ପଦକ ହାସଲ କରି ନିଜ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି  । ଅନ୍ୱେଷା ପ୍ରଥମେ ଭୂବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା କ୍ଲଷ୍ଟର ଓ ଜୋନ୍ ସ୍ତରୀୟ ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରି ଓଡିଶା ଟିମରୁ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଥିଲେ  ।  ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ସ୍କିଡ୍ ରୋଲର ସ୍କେଟିଂର 14 ବର୍ଷରୁ କମ ବାଳିକା ବର୍ଗର  ତିନି ଶହ ମିଟର ରେସରେ ତୃତୀୟ ସ୍ଥାନ ଅଧିକାର କରି ଏହି ପଦକ ହାସଲ କରିଛନ୍ତି  । ପୂର୍ବରୁ ମଧ୍ୟ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ସ୍କେଟର ଅନ୍ୱେଷା ରୌପ୍ୟ ପଦକ ହାସଲ କରିଥିଲେ  । ଏହି ପ୍ରତିଯୋଗୀତାରେ ବ୍ରୋଞ୍ଜ୍ ମେଡାଲ ପାଇବା ପରେ ସେ ଜାତୀୟ ସ୍ତରରେ ଦ୍ୱିତୀୟ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି  । ସ୍କେଟର ଅନ୍ୱେଷା ବ୍ରହ୍ମପୁର ସିଲକି ରୋଲର ସ୍କେଟିଂ ଏକାଡେମୀର କୋଚ୍ ଶ୍ରୀମନ୍ତ ପାଢୀଙ୍କ ଠାରୁ କୋଚିଂ ନେଇ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି କରିଥିଲେ  । ସେପଟେ ଡିଏଭି ପବ୍ଲିକ୍ ସ୍କୁଲର ଖେଳ ଶିକ୍ଷକ ଭିନସେଣ୍ଚ ଦାଶ , ମାନସ ପଣ୍ଡା ଓ ଖେଳ ଶିକ୍ଷୟତ୍ରୀ ଅଳ୍ପନା ପଟ୍ଟନାୟକଙ୍କ ତତ୍ୱବଧାନରେ ସ୍କେଟର ଅନ୍ୱେଷା ଏହି ପ୍ରିତଯୋଗୀତାରେ ଅଂଶ ଗ୍ରହଣ କରିଥିଲେ  । ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ସଫଳତା ପାଇବା ପରେ ସିଲକି ରୋଲର ସ୍କେଟିଂ ଏକାଡେମୀର ସ୍କେଟରମାନେ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ମାନେ  ଅନ୍ୱଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply