ନୂଆପଡା -୧୪/୧୧ (ସୁରେନ୍ଦ୍ର ତିୱାରୀ) ଆଜି ଖରିଆର ରୋଡ଼ ସହର ଠାରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଜିଲ୍ଲା ଆବାହକ ତଥା ଭାଜପା ର ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ରେ ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ,ମନରେଗା ଶ୍ରମିକ ଓ ଅନ୍ୟାନ୍ୟ ଶ୍ରମିକ ବର୍ଗ ଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ନିରାକରଣ ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା। ଜିଲ୍ଲା କୁ ଦାଦନ ମୁକ୍ତ କରିବା ସହିତ ସ୍ବତନ୍ତ୍ର ପେଲେଜ୍ ଘୋଷଣା, ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଖାରିଆର ରୋଡ଼ ରୁ ଜିଲ୍ଲା ସଦର ମହକୁମା କୁ ତୁରନ୍ତ ସ୍ଥାନାନ୍ତରଣ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ, ପ୍ରତ୍ୟେକ ବ୍ଲକ୍ ରେ ଶ୍ରମ ଅଧିକାରୀ ନିଯୁକ୍ତି, ନିର୍ମାଣ ଶ୍ରମିକ ଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ, ଜିଲ୍ଲାରେ ତୁରନ୍ତ ଦାଦନ ଟାସ୍କ ଫୋର୍ସ କମିଟି ଗଠନ ଇତ୍ୟାଦି ଦାବୀକୁ ଯଥାର୍ଥ ଭାବରେ ରାଜ୍ୟ ଭାଜପା ପରିଚାଳିତ ମୋହନ ସରକାର ଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଗଲା। ମହାସଂଘ ର ସାଂଗଠାନିକ ଆଧାର କୁ ତୃଣମୂଳ ସ୍ତର ରେ ଆହୁରି ସୁଦୃଢ଼ ଓ ସକ୍ରୀୟ କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା। ଦାଦନ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ କୁ ମହାସଂଘ ଦ୍ବାରା ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଅର୍ପଣ କରଯାଇଥିଲା କିନ୍ତୁ ଏହା ଯଥେଷ୍ଟ ନୁହେଁ ଓ ରାଜ୍ୟ ସରକାର ଏଥି ପାଇଁ ନୀତିଗତ ଦୃଢ଼ ନିଷ୍ପତି ନେବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟ ରେ ବିଭିନ୍ନ ଟ୍ରେଡ୍ ୟୁନିଅନ୍ ନେତୃତ୍ୱ କୁ ସାମିଲ୍ କରିବା ପାଇଁ ଦାବୀ କରାଯାଇଥିଲା । ଆଗାମୀ ଦିନରେ ଏକ ପ୍ରତିନିଧି ମଣ୍ଡଳୀ ଆବାହନ ଯଦୁମଣି ପାଣିଗ୍ରାହୀଙ୍କ ନେତୃତେରେ ଭୁବନେଶ୍ୱର ଯାଇ ମୂଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ୍ ଆଲୋଚନା କରି ଦାବୀ ହାସଲ ପାଇଁ ପ୍ରୟାସ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଜରୁରୀ ବୈଠକ ରେ ଭକ୍ତ ବନ୍ଧୁ ଧରୁଆ, ପ୍ରଦୀପ ଦଣ୍ଡସେନା, ଜ୍ଞାନରଞ୍ଜନ ସାହୁ, ଜ୍ଞାନରଞ୍ଜନ ବାଗ, ବଳଧର କେତକୀ, ପରମା ହଂସ, ଅନିରୁଦ୍ଧ ନାଗ ପ୍ରମୁଖ ଙ୍କ ସହିତ ଅନ୍ୟାନ୍ୟ ବହୁଳ ସଂଖ୍ୟା ରେ ଶ୍ରମିକ ନେତା ମାନେ ସାମିଲ ହୋଇ ନିଜ ନିଜ ମତାମତ ରଖି ଆୟୋଜନ କୁ ସଫଳ କରିଥଲେ।