ନୂଆପଡା ୮/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଶ୍ୟାମ କୁଞ୍ଜ ହୋଟେଲ ସଭାଗୃହ ରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ (ଏନଜେଡଏସଏସ) ର ସାଧାରଣ ବୈଠକ ତଥା ସମ୍ବର୍ଦ୍ଧନା ସଭା ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପାଢିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଏନଏସି ଅଧ୍ୟକ୍ଷ ଉଜ୍ବଲ ଗୁପ୍ତା ଜିଲ୍ଳାପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବୈଠକ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଖବର ସଂଗ୍ରହ କରିବାକୁ ଜିଲ୍ଲାର କୋଣ ଅନୁକୋଣରୁ ତଥା ବାହାର ଜିଲ୍ଲା ରୁ ଆସୁଥିବା ସାମ୍ବାଦିକ ମାନଙ୍କ ନିମନ୍ତେ କୌଣସି ବିଶ୍ରାମ ସ୍ଥଳୀ ନ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖଡ଼ିଆଳ ଠାରେ ଏକ ସାମ୍ବାଦିକ ବିଶ୍ରାମ ଗୃହ ନିର୍ମାଣ କରିବାର ଆବଶ୍ୟକ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତ ସାମ୍ବାଦିକ ଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶୃତିକୁ ଯଥାଶୀଘ୍ର ପୁରାକରିବାକୁ ଚେଷ୍ଟା କରିବେ ବୋଲି ମଧ୍ୟ ସେ ଆହୁରି କହିଛନ୍ତି। ସଂଘର ସମ୍ପାଦକ ଦେବାନନ ତାଣ୍ଡି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପବିତ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକ ରେ ସଂଘ ର ପାଞ୍ଚଟି ବ୍ଲକ ଓ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାମ୍ବାଦିକଗଣ ଯୋଗଦାନ କରିଥିଲେ।