ନୂଆପଡ଼ା – ୨୧/୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ଓ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖଡ଼ିଆଳ ଡିଭିଜନ ର ଜିଲ୍ଲା ଆବାହକ ତଥା କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ସମ୍ପାଦକ ବିଜେପି ର ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ନୂଆପଡା ଜିଲ୍ଲା କୁ ପ୍ରଥମ ଗ୍ରସ୍ତ ରେ ଆସିଥିବା ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଷ ରାମ ସିଂହ ଖୁଣ୍ଟିଆ ଙ୍କୁ ତରବୋଡ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେବା ସହିତ ଦୁଇଟି ଦାବୀ ପତ୍ର ପ୍ରଦାନ ସହିତ ଜିଲ୍ଲା ର କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ୍ କର୍ମଚାରୀ , ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ, ମନରେଗା ଶ୍ରମିକ ଓ ଅନ୍ୟାନ୍ୟ ଶ୍ରମିକ ବର୍ଗ ଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ନିରାକରଣ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ।
ଜିଲ୍ଲା କୁ ଦାଦନ ମୁକ୍ତ କରିବା ସହିତ ସ୍ବତନ୍ତ୍ର ପେଲେଜ୍ ଘୋଷଣା, ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଖାରିଆର ରୋଡ଼ ରୁ ନୂଆପଡା ଜିଲ୍ଲା ସଦର ମହକୁମା କୁ ତୁରନ୍ତ ସ୍ଥାନାନ୍ତରଣ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ, ପ୍ରତ୍ୟେକ ବ୍ଲକ୍ ରେ ଶ୍ରମ ଅଧିକାରୀ ନିଯୁକ୍ତି, ନିର୍ମାଣ ଶ୍ରମିକ ଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ, ଜିଲ୍ଲାରେ ତୁରନ୍ତ ଦାଦନ ଟାସ୍କ ଫୋର୍ସ କମିଟି ଗଠନ, କେନ୍ଦୁପତ୍ର କେରି ପିଛା ଦୁଇ ଟଙ୍କା, ସିଯିନାଲ୍ ଷ୍ଟାଫ୍ ଙ୍କ ଦରମା ବୃଦ୍ଧି, ତୋଳାଳୀ ଙ୍କୁ ଶତ ପ୍ରତିଶତ ବୋନସ, ସିଜିନାଲ୍ ଷ୍ଟାଫ୍ ଙ୍କୁ ଓ ବନ୍ଧେଇ ଶ୍ରମିକଙ୍କୁ ତିରିଶ ପ୍ରତିଶତ ଇନସେଣ୍ଟିଭ,ହେଡ ଚେକର ମାନଙ୍କ ସ୍ଥାୟୀ ନିଯୁକ୍ତି, ସିନିନାଲ୍ ଷ୍ଟାଫ ଙ୍କ ୬୨ ବର୍ଷ ପରିବର୍ତ୍ତେ ୬୫ ବର୍ଷ ରେ ଅବସର, ସମସ୍ତ କଚ୍ଚା ଫଦି ଘର କୁ ପକ୍କା ଫଡ଼ି ଘର କରିବା, ଡ଼ିଭିଜନ ର ପ୍ରତ୍ୟେକ ସେକ୍ସନ ରେ ସର୍କଲ ଚେକର ନିଯୁକ୍ତି ଦେବା, ଖାରିଆର ରୋଡ ରେଞ୍ଜ୍ ରେ ହେଡ଼ ଚେକର୍ ପଦବୀ ସୃଷ୍ଟି କରି ନିଯୁକ୍ତି ଦେବା,୧୯୯୩ ପରେ ନିଯୁକ୍ତି ପ୍ରାପ୍ତ ସମସ୍ତ ୱାଚର ମାନଙ୍କୁ ସ୍ଥାୟୀ କରାଇବା ଇତ୍ୟାଦି ଦାବୀପୂରଣ ପାଇଁ ନିବେଦନ କରାଯାଇଥିଲା। ମୋହନ ସରକାର ଙ୍କ ଦ୍ଵାରା ପ୍ରତ୍ୟେକ ଜିଲ୍ଲାରେ ରାଜ୍ୟ ସରକାର ଙ୍କ ଶହେ ଦିନର କାର୍ଯ୍ୟ କୁ ବିକାଶ ମେଳା ମାଧ୍ୟମ ରେ ଜନସାଧାରଣ ଙ୍କ ସମ୍ମୂଖ ରେ ଉପସ୍ଥାପନ ଅବସର ରେ ମାନ୍ୟବର ମନ୍ତ୍ରୀ ରାୟଗଡ଼ା ରୁ ନୂଆପଡା ଆସିବା ବାଟରେ ବିଳମ୍ବିତ ରାତିରେ ତରବୋଡ଼ କେନ୍ଦୁପତ୍ର ଗୋଦାମ ସମ୍ୟୁଖ ରେ ରାଷ୍ଟ୍ରୀୟ ରାଜ ପଥ ପାର୍ଶ୍ୱରେ ପଥ ପ୍ରାନ୍ତ ସ୍ୱାଗତ ସଭା ରେ ସାମିଲ୍ ହୋଇ ଥିଲେ। ଶହ ଶହ ତୋଳାଳୀ ଓ ଶ୍ରମିକ ମାନ୍ୟବର ମନ୍ତ୍ରୀ ଙ୍କୁ ହୁଳ ହୁଳି ଦେଇ ସଭା ମଞ୍ଚ କୁ ପାଛୋଟି ନେଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମାଧାନ ପାଇଁ ଆମ ସରକାର ସମ୍ବେଦନଶୀଳ ଓ ଯତ୍ନବାନ ଅଚ୍ଛି । ଆପଣ ଙ୍କ ନେତା ଯଦୁମଣି ପାଣିଗ୍ରାହୀ ମୋର୍ ଭୁବନେଶ୍ୱର ନିବାସ ରେ ଆଗରୁ ଆପଣ ମାନଙ୍କ ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା କରିଛନ୍ତି। କିଛି ସମସ୍ୟା ସମାଧାନ କରାଯାଇଅଛି ଓ କିଛି ବିଚାରାଧୀନ ଅଛି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟାନ୍ୟ ସମସ୍ୟା ସମାଧାନ ସହିତ ଦୀର୍ଘ୍ ଦିନର ଦାବୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ତୁରନ୍ତ ଖାରିଆର୍ ରୋଡ଼ ରୁ ଜିଲ୍ଲା ସଦମହକୁମା କୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେବାକୁ ଶ୍ରମିକ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ ମନ୍ତ୍ରୀ ଙ୍କ ସମ୍ମୁଖ ରେ ଉପସ୍ଥାପନ କରିଥିଲେ। ବିଜେପି ନେତା ଶ୍ରୀ ପ୍ରସନ୍ନ ପାଢ଼ୀ ମନ୍ତ୍ରୀ ଙ୍କୁ ଓ ସମସ୍ତ ଜନ ସାଧାରଣ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରମିକ ନେତା ଶୁକ୍ଲମ୍ବର୍ ନିଆଲ, ସୁଖ ଦେବ ସାହୁ, ଭକ୍ତବନ୍ଧୁ ଧରୂଆ, ଜ୍ଞାନରଞ୍ଜନ ସାହୁ, ଜ୍ଞାନେଶ୍ଵର୍ ବାଗ, ବାବୁଲାଲ ମାଝୀ, ଅନିରୁଦ୍ଧ ନାଗ, ମନସାଏ ମାଝୀ, କୁଶଳ ସାହୁ, ମନିଜର ଆର୍ଯ୍ୟ, ବ୍ୟାସଦେବ ଅହିର, ଅର୍ଜୁନ ଜଗତ, ଭାସ୍କର ପ୍ରଧାନ, ପନ୍ନା ଲାଲ ମାଝୀ, ଉଦୟ ମାଝୀ, ପଦ୍ମନ୍ ବନଛୋର୍, ତପସ୍ୟା ବନଛୋର୍ , ବଳଧର କେତକୀ, ସନ୍ତୋଷ ଶବର, ଧନ ମତ ମାଝୀ , ଭରତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।
