ନୂଆପଡା- ୮/୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ସମଗ୍ର ନୂଆପଡା ଜିଲ୍ଲା ରେ ଆନନ୍ଦ ଉଲ୍ଲାସର ସହ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି ।ସଦର ବ୍ଲକ, ବୋଡ଼େନ, କୋମନା, ଖଡ଼ିଆଳ ଅଞ୍ଚଳ ରେ ଅଧିକାଂଶ ସ୍ଥାନରେ ନିଜ ବଂଶର ଭାଇ ମାନଙ୍କୁ ନେଇ ଶତାଧିକ ଲୋକ ମିଳିତ ଭାବରେ ନବାନ୍ନ ଭକ୍ଷଣ କରିଥିବା ଦେଖିବାକୁ ମିଳିଛି । ଏହି କ୍ରମ ରେ ସିନାପାଲିର ପରମ୍ପରା ଅନୁଯାୟୀ ନୂଆଁଖାଇ ସାରି ଅପରାହ୍ଣରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଭଦ୍ର ବ୍ଯକ୍ତି ଓ ଯୁବ ସମାଜ ଏକତ୍ରୀତ ହୋଇ ନଗର ପରିକ୍ରମା ସହ ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ । ଏହା ପରେ ନେହେରୁ ସ୍ମୃତି ମଣ୍ତପ ଠାରେ ନାଗରିକ କମିଟିର ସଭାପତି ଡମ୍ୱରୁଧର ମେହେରଙ୍କ ଅଧ୍ଯକ୍ଷତାରେ ନୁଆଁଖାଇ ଭେଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପିଢ଼ି ପରେ ପିଢ଼ି ଚାଲି ଆସିଥିବା ଏହି ପାରମ୍ପରିକ ନୂଆଁଖାଇ ଭେଟ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଛି ଏହି ଅବସରରେ ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ଚନ୍ତାମଣି ସାହୁ, ଟେଣୋ ମେହେର, ତୁଳସୀରାମ ମେହେର, ଗୋଳାମଣି ସା, ନରହରି ମେହେର, ବୈଷ୍ଣବ ମେହେର, ଅରିଗଞ୍ଜନ ଯୋଷୀ, ତରୁଣ କୁମାର ମେହେର, ବୁଦ୍ଧଦେବ ମେହେର ପ୍ରମୁଖ ନୂଆଁଖାଇ ପାଳନ ଏବଂ ପରବର୍ତ୍ତୀ ଭେଟଘାଟ ସାମାଜିକ ସଂହତି ରକ୍ଷାରେ ସହାୟକ ହୋଇଥାଏ ବୋଲି ନିଜ ବକ୍ତବ୍ଯରେ ମତ ପୋଷଣ କରିଥିଲେ । ସଭା ଆରମ୍ଭରେ ନବୀନଚଂଦ୍ର ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ନାରାୟଣ ପାତ୍ର, ଚନ୍ଦ୍ରଶେଖର ମେହେର, ମୁରଳୀଧର ସା, ଗଣପତି ମେହେର, ଗଣପତି ମେହେର, , ନିଲାଞ୍ଚ୍ଚଲ ମେହେର, ଧୄବ ଚରଣ ମେହେର, ଯଦୁମଣି ମେହେର, ଲୋକନାଥ ମେହେର, ମଦନ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରୂପେଶ ଚନ୍ଦ୍ର ମେହେର ଧନ୍ଯବାଦ ଦେଇଥିଲେ ।