Odisha news

ପାରିବାରିକ ଭାବକୁ ସୁଦୃଢ଼ କରେ ନୂଆଁଖାଇ : ସିନାପାଲିରେ ନୂଆଁଖାଇ ଅନୁଷ୍ଠିତ।

0
ନୂଆପଡ଼ା – ୮/୯- ସକାଳ ଖବର ( ସୁରେନ୍ଦ୍ର ତିୱାରୀ ) ସାମାଜିକ ସ୍ତରରେ ପରିବାର ପରିବାର ମଧ୍ଯରେ ସୁସଂପର୍କ ସ୍ଥାପନ କ୍ଷେତ୍ରରେ ନୂଆଁଖାଇର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଅତିତର ରାଗ  ରୋଷ, ଅଭିମାନକୁ ଭୁଲି ଉଲ୍ଲାସର ସହ ସିନାପାଲି ସହର ଏବଂ ଅଞ୍ଚଳ ର ବିଭିନ୍ନ ଗ୍ରାମରେ ଗୋଟିଏ ବଂଶ ଓ ଗୋତ୍ରର ଶହଶହ ଲୋକ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସ ସହ ଧୂମଧାମରେ ନୂଆଁଖାଇ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି । ଏଭଳି ଏକ ନୂଆଁଖାଇ ପାଳନ ସିନାପାଲି ସହରର ଘୋଡ଼ାଚଘୁ ପଡ଼ାରେ ଦେଖିବାକୁ ମିଳିଛି । ଏନେଇ ସପ୍ତେହେ ପୂର୍ବରୁ ପଡ଼ାରେ ବୈଠକ କରାଯାଇ ପ୍ରସ୍ତୁତି କରାଯାଇଥିଲା । ରବିବାର ସକାଳୁ ବିଧି ଅନୁଯାୟୀ ନୂଆଁ ପ୍ରସ୍ତୁତ ପରେ ପଡ଼ାର ମୁଖ୍ଯ ଲମ୍ୱୋଦର ମେହେରଙ୍କ ଦ୍ୱାରା ଆରାଧ୍ଯ ଦେବତା ଓ ପୂର୍ବପୁରୁଷଙ୍କ ଠାରେ ନୂଆଁ ଲାଗି କରାଯାଇଥିଲା । ଏହାପରେ ବରିଷ୍ଠ ମହିଳାଙ୍କ ଦ୍ୱାରା ଫୁଲଚନ୍ଦନ ଦେଇ ସମସ୍ତଙ୍କୁ ବନ୍ଧାପନା କଲାପରେ ପଡ଼ାର ଶତାଧିକ ଲୋକ ନବାନ୍ନ ଭକ୍ଷଣ କରି ଜୁହାର ଭେଟ ହୋଇଥିଲେ । ପରେ ପୂର୍ବରୁ ପ୍ରସ୍ତୁତ ପିଠାପଣା, ଖିରି, ଡାଲି, ତରକାରୀ, ଆମ୍ୱିଲା ଆଦି ପାରମ୍ପରିକ ଖାଦ୍ଯରେ ସାମୁହିକ ଭୋଜନ କରିଥିଲେ  କାର୍ଯ୍ଯକ୍ରମକୁ ଧବଲେଶ୍ୱର ମେହେର, ଲୋକନାଥ ମେହେର, ଈଶ୍ୱର ପ୍ରସାଦ ମେହେର, ଲୋକେଶ୍ୱର ମେହେର, ଖଗପତି ମେହେର, ପିତବାସ ମେହେର, ବୈଷ୍ଣବ ମେହେର, ଜନ୍ମେଜୟ ମେହେର, ମନୋଜ ମେହେର, ହିମାଂଶୁ ମେହେର, ବବିତା ମେହେର, ପଦ୍ମାବତୀ ମେହେର, ହେମାଂଞ୍ଜଳୀ ମେହେର, ମାଧବୀ ମେହେର, ଲିଲି ମେହେର, ମିତା ମେହେର, ସଞ୍ଜୁ ମେହେର, ମମତା ମେହେର, କୁମୁଦିନୀ ମେହେର, ପ୍ରଭାତ, ଲିଙ୍ଗରାଜ, ଜିତେନ, ଗଣେଷ, ରିଙ୍କୁ, ପୁପୁନ, ରିୟାନ୍ସ, ଦିହାନ୍ ପ୍ରମୁଖ ସହଯୋଗ କରିଥିଲେ । ସହରର ଅନେକ ପଡ଼ା ଏଭଳି ସାମୁହିକ ନୂଆଁଖାଇ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।
Leave A Reply