ନୂଆପଡ଼ା – ୭/୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଏମଭିଆଇ ବିଜୟ କୁମାର ବେହୁରି ଭିଜିଲାନ୍ସ ହାତରେ ଧରପଡିଛନ୍ତି। ପ୍ରାପ୍ତ ସୁଚନା ଅନୁସାରେ ତାଙ୍କ ଠାରୁ ଭିଜିଲାନ୍ସ ବିଭାଗ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିବା ଜଣା ପଡ଼ିଛି ।ବିଜୟ କୁମାର ବେହୁରି ଏକ ଘରୋଇ ଚାରି ଚକିଆ ଯାନ ରେ ନୂଆପଡ଼ା ଠାରୁ ଭୁବନେଶ୍ଵର ଯାଉଥିବା ବେଳେ ଖୋର୍ଦ୍ଧା ହସ୍ପିଟାଲ ଛକରେ ତାଙ୍କୁ ଭିଜିଲାନ୍ସ ବିଭାଗ ହାବୁଡେ ପଡ଼ିଥିଲେ। ଗାଡ଼ି ନମ୍ୱର୍ ଓଡ଼ି -୩୩ – ଏସି- ୨୦୩୦ ଯାଉଥିଲେ। ତାଙ୍କୁ ବେଆଇନ ଭାବରେ ଟଙ୍କା ନେଉଥିବା ଅଭିଯୋଗ ରେ ତାଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସେ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ। ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଅଛି। ବିଭାଗ ପକ୍ଷ ରୁ ତଦନ୍ତ ଜାରି ରହିଥିବା ବେଳେ ତାଙ୍କ ପାଞ୍ଚ ଗୋଟି ସ୍ଥାନ ତଦନ୍ତ ଅବ୍ୟାହତ ରହିଛି।