Odisha news

ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ୧୨ ଦଫା ଦାବିପତ୍ର ଦେଇ ଶ୍ରମ ମନ୍ତ୍ରୀଙ୍କ ସହସାକ୍ଷାତ ଓ ଆଲୋଚନା।

0

ନୂଆପଡା – ୩୧/୦୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଜିଲ୍ଲା ଆବହାକ ଯଦୁମଣି ପାଣିଗ୍ରାହୀ ମାନ୍ୟବର ଶ୍ରମ ମନ୍ତ୍ରୀ  ଗଣେଶ ରାମ ସିଂହ ଖୁଣ୍ଟିଆ ଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନ ରେ ସାକ୍ଷାତ୍ କରି  ନୂଆପଡା ଜିଲ୍ଲାର ଶ୍ରମିକ ବର୍ଗ ର ବିଶେଷ କରି ଦାଦନ ଶ୍ରମିକ ନିର୍ମାଣ ଶ୍ରମିକ ମନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଏକ ବାର ଦଫା ଦାବୀ ପତ୍ର ପ୍ରଦାନ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ନୂଆପଡା ଜିଲ୍ଲା କୁ ଦାଦନ ମୂକ୍ତ କରିବା ସହିତ ସେମାନଙ୍କ ପାଇଁ ସ୍ବତନ୍ତ୍ର ପେକେଜ୍ ଦେବା, ଖରିଆର ରୋଡ ରେ ଥିବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ତୁରନ୍ତ ନୂଆପଡା ସଦମହକୁମାକୁ ସ୍ଥାନାନ୍ତରଣ କରିବା, ଜିଲ୍ଲାରେ ଦାଦନ ଟାସ୍କ ଫୋର୍ସ କମିଟି ଗଠନ କରିବା, ଆଉଟ୍ ସୋର୍ସିଂ ବ୍ୟବସ୍ଥା ବନ୍ଦ କରିବା, ତୃତୀୟ ଶ୍ରେଣୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ରେ ରାଜ୍ୟ କେଡର୍ ହଟେଇ ଜିଲ୍ଲା କେଡର ଭିତ୍ତିକ ନିଯୁକ୍ତି କରିବା, ମନରେଗା ପାଉଣା  ପ୍ରଦାନ ସହିତ ଶ୍ରମିକ ଙ୍କୁ ବ୍ୟାପକ କର୍ମ ଯୋଗାଣ କରିବା, ନିର୍ମାଣ  ଶ୍ରମିକ ମାନଙ୍କ ବିଭିନ୍ନ ପାଉଣା ପ୍ରଦାନ, ପଞ୍ଜୀକରଣ  ନବୀକରଣ ଇତ୍ୟାଦି ବିଷୟରେ ଚର୍ଚ୍ଚା କରିବା ସହିତ ସମାଧାନ ପାଇଁ ଦାବୀ କରିଥିଲେ। ରାଜ୍ୟର ଶ୍ରମିକ ବର୍ଗ ଙ୍କ କଲ୍ୟାଣ ପାଇଁ  ରାଜ୍ୟ ର ମୋହନ ସରକାର ଓ କେନ୍ଦ୍ର ର ମୋଦୀ ସରକାର ବଦ୍ଧ ପରିକର ବୋଲି ଶ୍ରମ ମନ୍ତ୍ରୀ ପ୍ରକାଶ କରିଥିଲେ।

Leave A Reply