Odisha news

ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ

0
ନୂଆପଡା – ୫/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ୍ଧ ଗ୍ରାମ ସ୍ଥିତ କାଞ୍ଚନ ଜୟା ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ସୁରେଶ ଆଚାରି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସାମ୍ବାଦିକ ସଂଘ ସଂପାଦକ ଦେବାନନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ । ଉପରୋକ୍ତ ବୈଠକ ରେ ବାର୍ଷିକ ଖସଡ଼ା ଉପରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ସଂଘ ର ପ୍ରତିଷ୍ଠା ଦିବସ, ରାଜ୍ୟ ସମ୍ମିଲନି ସହ ନୂଆଁଖାଇ ଭେଟଘାଟ କିପରି ଭାବରେ ଆୟୋଜନ କରାଯିବ ସେଉପର ଆଲୋଚନା ହେବା ସହ  ସଂଘ ରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସାମ୍ବାଦିକ ମାନଙ୍କୁ ସ୍ଵାଗତ କରି ସଦସ୍ୟତା ପ୍ରଦାନ କରାଯାଇଥିଲା । ସଂଘ ର ସାଧାରଣ ବୈଠକ ପରେ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜ ସେବୀ ଓ ଜନପ୍ରତିନିଧି ଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଦିବାସୀ ନେତା ତଥା ସମାଜ ସେବୀ ସୋମନାଥ ଖମାରୀ ଯୋଗ ଦେଇ ଅଞ୍ଚଳ ର ବିକାଶ ସାଙ୍ଗକୁ ନୂଆପଡ଼ା ର ବିକାଶ ଦିଗରେ ଗଣମାଧ୍ୟମ ର ଭୂମିକା ଆହୁରି ଆବଶ୍ୟକତା ରହିଛି ଜିଲ୍ଲାର ସାମଗ୍ରିକ ବିକାଶ କରିବା ରେ ନେତାମାନେ ଆନ୍ତରିକତା  ରଖୁନାହଁନ୍ତି ଏଥି ପ୍ରତି ଗଣମାଧ୍ୟମ ବନ୍ଧୁ ମାନେ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରି କ୍ଷୋଭ ପ୍ରକାଶ କରିଥିଲେ । ଅପରପକ୍ଷରେ ଶିଆଳଲଟି ସରପଞ୍ଚ କାଳିଆ ପ୍ରଧାନ, ପଳସିପାଣି ସରପଞ୍ଚ ଗଙ୍ଗାରାମ ମାଝୀ ଓ ମାନୀଗୁଡ଼ା ସରପଞ୍ଚ ବିରାଟ ବାଗ ଯୋଗ ଦେଇ ପ୍ରଶାସନିକ କ୍ଷେତ୍ର ରେ ସରପଞ୍ଚ ମାନଙ୍କୁ ଗୁରୁତ୍ଵ ନଦେବା ଓ ତାଙ୍କ ଅଧିକାର କୁ ଚାପି ଦିଆଯାଉଥିବା ର ପ୍ରୟାସ କୁ ବିରୋଧ କରିବା ସହ ମନରେଗା ରେ ଶ୍ରମିକ ପାରିଶ୍ରମିକ ହେଉ କିମ୍ବା ଆନୁଷଙ୍ଗିକ ସାମଗ୍ରୀ ର ପାଉଣା ଦେବା ରେ ବିଳମ୍ବ କୁ ଗୁରୁତ୍ଵ ଦେବା ଜରୁରୀ ହୋଇ ପଡିଛି ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଥିଲେ । ବିଶେଷ କରି ପଡୋଶୀ ଜିଲ୍ଲା ମାନଙ୍କ ତୁଳନା ରେ ନୂଆପଡ଼ା ରେ ତାର ବ୍ୟତିକ୍ରମ ହେଉଥିବା ଅଭିଯୋଗ କରି  ଏ ବିଷୟରେ ଗଣ ମାଧ୍ୟମ କୁ ଦୃଷ୍ଟି ଆକର୍ଷଣ ପାଇଁ ନିବେଦନ କରିଥିଲେ । ଏହି ଅବସର ରେ ସଂଘ ର କୋଷାଧ୍ୟକ୍ଷ ପବିତ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ଲୋକନାଥ ମହାପାତ୍ର, ଶିଶିର ଭୂୟାଁ, କେନ୍ଦ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପକ ମିଶ୍ର, ମନୋଜ ସଗରିଆ ଙ୍କ ସମେତ ସତିଶ ଯୋଶୀ, ହେରମ୍ବ ମେହେର, ରିଣ୍ଟୁ ପୁରୋହିତ, ରିତେଶ ରାଠୋର ,ଶାମ୍ବ ସରାଫ, ମିନିକେତନ୍ ନାଏକ ଙ୍କ ସହ ନୂତନ ସଦସ୍ୟ ମୋହନଲାଲ ଦୀପ, ଚନ୍ଦ୍ର ବେହେରା, ଅଭିଷେକ ଅଚାରି, ନିମାଲାଲ ପୁଞ୍ଜି ଙ୍କ ସହ ପାଞ୍ଚ ଗୋଟି ବ୍ଲକ ର ସଦସ୍ୟ ଯୋଗଦେଇଥିଲେ ।
IEC 2 years
Leave A Reply