ନୂଆପଡ଼ା-୦୫/୦୭ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ନିକଟସ୍ଥ ଆଦିବାସୀ ଭବନ ଠାରେ ଗୋଣ୍ଡି ଧର୍ମ ସଂସ୍କୃତି ସଂରକ୍ଷଣ ସମିତି ଓଡ଼ିଶା ଏବଂ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡ଼ା ଦ୍ୱାରା “ଗୋଣ୍ଡି ଭାଷା ଓ ଲିପି ପ୍ରଶିକ୍ଷଣ ” ପାଇଁ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଛ’ ମାସିଆ ଶିବିର ଶୁଭାରମ୍ଭ କରାଗଲା l ଏହି ପ୍ରଶିକ୍ଷଣ ର ମୁଖ୍ୟ ଉଦ୍ଧେଶ୍ୟ ଓ ଲକ୍ଷ୍ୟ ହେଲା, ଏହି ଭୂଖଣ୍ଡ ର ପ୍ରଥମ ବିକଶିତ ସଭ୍ୟତା ଗୋଣ୍ଡି ସଂସ୍କୃତି ଓ ସଭ୍ୟତା ଗୋଣ୍ଡ ସମ୍ପ୍ରଦାୟ ଯାହାର ନିଜସ୍ୱ ଗୋଣ୍ଡି ସଂସ୍କୃତି, ଗୋଣ୍ଡି ଭାଷା ଓ ଲିପି ରହିଛି ଯାହା ଗୋଣ୍ଡ ସମ୍ପ୍ରଦାୟ ର ମୂଳଭାଷା ବା ମାତୃଭାଷା ଗୋଣ୍ଡି ଭାଷା ରୂପେ ଆଦୃତ l ତେଣୁ କୌଣସି ସଂସ୍କୃତି ର ଉନ୍ନତି ଓ ବିକାଶରେ ଭାଷା ର ମୁଖ୍ୟ ଭୂମିକା ରହିଥାଏ l କେବଳ ଏହା ନୁହେଁ ସେହି ସଂସ୍କୃତି କୁ ପରିଚୟ ପ୍ରଦାନ କରିଥାଏ ଓ ଭାଷା ସଂସ୍କୃତି ର ବାହକ ଅଟେ। ଆମର ଭାଷାର ସଂରକ୍ଷଣ ଆମର ସାଂସ୍କୃତିକ ପରମ୍ପରା ର ରକ୍ଷା ପାଇଁ ମହତ୍ୱପୂର୍ଣ୍ଣ , ଭାଷା ସଂସ୍କୃତି ର ଜୀବନ ରେଖା ଅଟେ l ଭାଷା ସଂସ୍କୃତି କୁ ମଜବୁତ କରିଥାଏ ସେହି ସଂସ୍କୃତି ସମାଜକୁ ମଜବୁତ ପ୍ରଦାନ କରିଥାଏ କିନ୍ତୁ କିଛି କାରଣ ବଶତଃ ତାହା ଗୋଣ୍ଡ ସମ୍ପ୍ରଦାୟ ରେ ଧିରେ ଧିରେ ବିଲୁପ୍ତ ହେବାକୁ ଲାଗିଥିଲା ,ତାହାକୁ ଚିରଦିନ ପାଇଁ ସଂରକ୍ଷଣ, ସୁରକ୍ଷିତ ଓ ଜୀବିତ ରଖିବା ନିମନ୍ତେ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷଣ ଦେଇ ଆଗାମୀ ପିଢ଼ି ଙ୍କୁ ଜାଗ୍ରତ କରାଯିବ ଏହା ହିଁ ପ୍ରଶିକ୍ଷଣ ର ମୁଖ୍ୟ ଆଧାର ଅଟେ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି l ଏ ଅବସରରେ ମାଷ୍ଟର ଟ୍ରେନର ସମ୍ମାନୀୟ ଏଚ୍. ଆର୍. ନେତାମ, ଆସିଷ୍ଟାଣ୍ଟ ଟ୍ରେନର ରାୟତାଡ଼ କରିଶ୍ମା ନେତାମ, ଟ୍ରଷ୍ଟର ବରିଷ୍ଠ ଉପଦେଷ୍ଟା ସମ୍ମାନୀୟ ହୋମଲାଲ ମାଝୀ ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜେର,ରାମସିଂ ସୋରି , ଟ୍ରଷ୍ଟ ର ସଭ୍ୟ ହେମସିଂ ମାଝୀ, ତଥା ଗଣେଷ ଗୋଣ୍ଡ, କେଶୁ ଗୋଣ୍ଡ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ଶିବିରକୁ ସଫଳ କରିଥିଲେ l