ନୂଆପଡ଼ା -୧୫/୦୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଆଜି ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ମକର ମିଳନ ତଥା ବ୍ଯାସକବି ଫକୀର ମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି l ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ହାଇସ୍କୁଲ ସ୍ଥିତ ଏନ.ସି.ସି. ଭବନରେ ଆୟୋଜିତ ଏହି ସାହିତ୍ଯ ଆସରରେ ସ୍ଥାନୀୟ ସାହିତ୍ଯ ଓ ଭାଷାପ୍ରେମୀ ଉପସ୍ଥିତ ରହି ବ୍ଯାସକବିଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରିବା ସହ ମକର ମିଳନ ଓ କଥାସମ୍ରାଟ ଫକୀର ମୋହନଙ୍କ ସାହିତ୍ଯ କୃତି ବିଷୟରେ ଆଲୋଚନା କରି ସ୍ମୃତି ଚାରଣ କରିଥିଲେ l ଏଥିସହ ୨୦୨୪ରେ ସମିତି ତରଫରୁ ହେବାକୁ ଥିବା ସାହିତ୍ଯ କାର୍ଯ୍ଯକ୍ରମ ଗୁଡ଼ିକର ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ଯକ୍ରମରେ ଶିକ୍ଷାବିତ ରମେଶ କୁମାର ହଂସ ଓ ଅତୁଳ କୁମାର ପାତ୍ରଙ୍କ ସହ ସମିତିର ସଂପାଦକ ତରୁଣ କୁମାର ମେହେର, ମୁରଲୀଧର ସା, ଲଳିତ କୁମାର ସୁନାରୀ, ପରେଶନାଥ ପାଣିଗ୍ରାହୀ, ଭ୍ରମର ବାଗ, ହରେକୃଷ୍ଣ ମେହେର, ପ୍ରେମାନନ୍ଦ ମେହେର, ବଂଶୀଧର ଜଗତ, ଲୋଚନ ମେହେର, ରଶ୍ମିରଂଜନ ସା ପ୍ରମୁଖ ଉପସ୍ଥିତ ଥିଲେ l ସଭା ଶେଷରେ ଗୌତମ ମେହେର ଧନ୍ଯବାଦ ଦେଇଥିଲେ ।
