Odisha news

ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ। 

0
ନୂଆପଡ଼ା – ୧୧/୦୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ୧୧ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ସଭା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବାର୍ଷିକ ଉତ୍ସବ ନେଇ ଆଲୋଚନା କରାଯିବା ସହ ଚଳିତ ବର୍ଷ ଚବିଶି ପ୍ରହର ନାମଯଜ୍ଞ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇ ଏନେଇ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିର ସଭାପତି ଭାବରେ ନରହରି ମେହେର, ଉପସଭାପତି ଧୃବଚରଣ ମେହେର, ସଂପାଦକ ଶିବପ୍ରସାଦ ମେହେର, ସହସଂପାଦକ ଖୁସିରାମ ମେହେର, ଈଶ୍ୱର ପ୍ରସାଦ ମେହେର, ଜ୍ଯୋତିପ୍ରକାଶ ମେହେର ଓ କୋଷାଧ୍ଯକ୍ଷ ଭାବରେ ତପେଶ୍ୱର ମେହେରଙ୍କୁ ମନୋନିତ କରାଯାଇଛି । କାର୍ଯ୍ଯକ୍ରମର ସଦସ୍ଯ ଭାବରେ କ୍ଷିରସିନ୍ଧୁ ମେହେର, ପ୍ରଦୀପ ମେହେର, ମୁରଲି ମେହେର, ମୋହନ ଚରଣ ଦାଶ, ପ୍ରଦ୍ଯୁମ୍ନ ମେହେର, ଉଦ୍ଧବ ମେହେର, ସୁରଜ ମେହେର, ହାଡ଼ୁରାମ ମେହେର, ଶଙ୍କର ମେହେର, ରାଜୁ ମେହେର, କୁନା ମେହେର, ଜଗନ୍ଯ ମେହେର, ରାମକୃଷ୍ଣ ମେହେର, ଜଗମୋହନ ମେହେର, ଖଗେଶ୍ୱର ମେହେର, ଜିତେନ ମେହେର, ବୈବସୁତ ମେହେର, ମଣ୍ଟୁ ମେହେର, ଗୁରୁବାରୁ ମେହେର ପ୍ରମୁଖ ରହିଛନ୍ତି ।  ସେହିପରି ଉପଦେଷ୍ଟା ଭାବରେ ବୈଶମ୍ପାୟନ ମେହେର, ଡମ୍ୱରୁଧର ମେହେର, ନାରାୟଣ ପାତ୍ର, ଲୋକନାଥ ମେହେର, ଗୋଳାମଣି ସା, ଦୁଷ୍ଟାନ୍ତର ମେହେର, ଚିନ୍ତାମଣି ସାହୁ, ଟେଣୋ ମେହେର, ମୋତିଲାଲ ମେହେର, ରାମେଶ୍ୱର ମେହେର, ତୁଳସୀରାମ ମେହେର, ନବୀନ ଚଂଦ୍ର ମେହେରଙ୍କୁ ଚୟନ କରାଯାଇଛି। ନାମଯଜ୍ଞ ବ୍ଯତିତ ପ୍ରତିଷ୍ଠା ଉତ୍ସବରେ ପ୍ରତ୍ଯହ ପାରାୟଣ, ଘୃତଯଜ୍ଞ, ଅନ୍ନଯଜ୍ଞ ଆଦି କରାଯିବାକୁ ମନ୍ଦିର କମିଟି ସଂପାଦକ ତୁଳସୀରାମ ମେହେର ସୂଚନା ଦେଇଥିଲେ । ସଭା ପ୍ରାରମ୍ଭରେ ରୂପେଶ ଚନ୍ଦ୍ର ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ନବୀନ ଚନ୍ଦ୍ର ମେହେର ଧନ୍ଯବାଦ ଅର୍ପଣ କରିଥିଲେ
Nalco
Leave A Reply