ନୂଆପଡ଼ା- ୧୪/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରି) ଆଜି ପବିତ୍ର ମହାଳୟା ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ସାମୁହିକ ପିତୃଶ୍ରାଦ୍ଧ ତର୍ପଣ କରାଯାଇଛି । ପିତୃପକ୍ଷରେ ଯେଉଁମାନେ ପିତୄଶ୍ରାଦ୍ଧ କରିପାରି ନଥିଲେ ସେମାନେ ସମସ୍ତେ ନିଜ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏଥିରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିବା ବେଳେ ବିଧିବିଧାନ ଅନୁଯାୟୀ ଶ୍ରାଦ୍ଧକାର୍ଯ୍ଯ ସଂପନ୍ନ କରାଯାଇଥିଲା । କାର୍ଯ୍ଯକ୍ରମକୁ ତରୁଣ କୁମାର ମେହେର ପରିଚାଳନା କରିଥିବା ବେଳେ କୁମାରୀ କନ୍ଯାମାନେ ସହଯୋଗ କରିଥିଲେ । ଶେଷରେ ସାମୁହିକ ଭୋଜନ ବ୍ଯବସ୍ଥା କରାଯାଇଥିଲା । ଏଥିସହ ରବିବାର ଠାରୁ ପୀଠରେ ଆରମ୍ଭ ହେବାକୁ ଥିବା ଶାରଦୀୟ ନବରାତ୍ରି ପୂଜା ପାଇଁ ସଂକଳ୍ପ ନିଆଯାଇଥିଲା । କାର୍ଯ୍ଯକ୍ରମ ଆୟୋଜନରେ ଶକ୍ତିପୀଠର ସମସ୍ତ କାର୍ଯ୍ଯକର୍ତ୍ତା ଓ ସଦସ୍ଯ ସହଯୋଗ କରିଥିଲେ ।
