Odisha news

ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

0
ନୂଆପଡା- ୩୦/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ସାହିତ୍ୟ କୃତିରେ ବିଭୁଚେତନା , ସାମାଜିକ ମୂଲ୍ଯବୋଧ, ପ୍ରକୃତ ଚିତ୍ରଣ ଆଦିର ବର୍ଣ୍ଣନା ଅନନ୍ୟ ଓ ଅନୁପମ ଅଟେ। ମେହେରଙ୍କ ସାହିତ୍ଯରେ ସରଳ ଭାଷାର ପ୍ରୟୋଗ ହୋଇଥିବାରୁ ଏହା ବେଶି ଜନାଦୃତ ହୋଇପାରିଛି ବୋଲି ଖଡ଼ିଆଳ ସାହିତ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆଜି ଜୟନ୍ତୀ ପାଳନ ଅବସରରେ ଅତିଥିମାନେ ଉପରୋକ୍ତ ମତାମତ ପ୍ରଦାନ କରିଥିଲେ। ଅନୁଷ୍ଠିତ ସମାରୋହରେ ସମିତିର ସଭାପତି ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହ ଦେଓ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବନ ଖଣ୍ଡ ଅଧିକାରୀ ସୁଶୀଳ କୁମାର ତ୍ରିପାଠୀ , ସ୍ୱତନ୍ତ୍ର ଅତିଥି ଭାବରେ ସୁ-ସାହିତ୍ଯିକ ବଳଭଦ୍ର ମହାନ୍ତି , ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବାରିକ , ମୁଖ୍ୟ ବକ୍ତା ଭାବରେ  ସାହିତ୍ଯିକ ଡକ୍ଟର ମିହିର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବ ଯୋଗ ଦେଇଥିଲେ। ସମିତିର ସଂପାଦକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଯୁଗ୍ମ ସଂପାଦକ ଆଦିତ୍ୟ ନାରାୟଣ ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଓ ସଦସ୍ୟ ଚତୁର୍ଭୁଜ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବି ଜୟନ୍ତ ମହାପାତ୍ରଙ୍କ ଅମର ଆତ୍ମା ଙ୍କ ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।  କବି ସନାତନ ମହାନ୍ତି ଗଙ୍ଗାଧର ମେହେର ଙ୍କ ଉପରେ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ସଂଗୀତଜ୍ଞ  ଝୁମୁକ ଲାଲ ବର୍ମା ,ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀ, ଆନ୍ତର୍ଜାତିକ ଖ୍ଯାତି ସଂପନ୍ନ ଗବେଷକ ମହେନ୍ଦ୍ର କୁମାର ମିଶ୍ର, ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ଫଣିନ୍ଦମ ଦେଓ, ଡକ୍ଟର ହରେନ୍ଦ୍ର କୁମାର ପଣ୍ଡା , ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରମୋଦ କୁମାର ସାହୁ,  ଡକ୍ଟର ଶରତଚନ୍ଦ୍ର ଚଲାନ , ବୁଦ୍ଧିଜୀବୀ ଶଶୀକାନ୍ତ ଖମାରୀ , ସମାଜସେବୀ ଡୋଳା ମୋହନ ସିଂହ ବାବୁ  , ଶିକ୍ଷାବିତ ସତୀଶ କୁମାର ପଟ୍ଟନାୟକ , ନବୀନ କିଶୋର ପାଢୀ , ପ୍ରାଧ୍ୟାପକ ପଦ୍ମଲୋଚନ ବର୍ମା , କବି ପବିତ୍ର ମୋହନ ପ୍ରଧାନ, ଶରତ ଚନ୍ଦ୍ର ବାରିକ, ଅବସରପ୍ରାପ୍ତ ଏବିଇଓ କ୍ଷେମରାଜ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଅଶୋକ କୁମାର ବେହେରା, ଉପେନ୍ଦ୍ର କୁମାର ପାଣିଗ୍ରାହୀ, କୈଳାସ ବାଗ, ଆକାଶ କୁମାର ସାହୁ, ଆଇନଜୀବୀ କିଶୋର ବାଗ ,ପାଲାଗାୟକ କୁନାଲ ଚରଣ ବେହେରା , ପ୍ରଦ୍ୟୁମ୍ନ ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।
Govt
Leave A Reply