ନୂଆପଡା-୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଏକ ଜିଲ୍ଲାର ବଡ଼ଗ୍ରାମ । ଏହି ଗ୍ରାମର କଲେଜ ପଡା ରେ ପାଖାପାଖି ୪୦ ପରିବାର ବସବାସ କରନ୍ତି। ଯାତାୟତ ପାଇଁ ରାସ୍ତାର ଦୁରାଵସ୍ଥା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପଡା ରେ ଏକ ମାତ୍ର ରାସ୍ତା ରହିଥିବା ବେଳେ ସବୁବେଳେ ଦୁଇ ଓ ଚାରି ଚକିଆ ଭାରି ଯାନବାହନ ଯାତାୟାତ କରିଥାଏ। ମାଟି ରାସ୍ତା ହୋଇଥିବାରୁ ଖାଲଖମା ସୃଷ୍ଟି ହେବା ସହ ବର୍ଷା ଦିନରେ ପାଣି ଜମା ହୋଇ ରହୁଛି, ଫଳରେ ଅସ୍ୱାସ୍ଥକର ପରିବେଶ ସୃଷ୍ଟି କରୁଛି । ଲୋକେ କାଦୁଅ ପାଣି ମାଡି ଯିବା ଆସିବା କରୁଛନ୍ତି। କାଦୁଅ ପାଣି ଲୋକଙ୍କ ଦେହରେ ପଡୁଥିବା ବେଳେ ମଶା ମାଛି ବଂଶ ବୃଦ୍ଧି ପାଉଥିବା ଲୋକେ ଅଭିଯୋଗ କରୁଛନ୍ତି। ରାସ୍ତା ମରାମତି ପାଇଁ ବାରମ୍ବାର ଜଣାଇଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଲୋକେ ଅଭିଯୋଗ କରୁଛନ୍ତି । ଏ ରାସ୍ତା ମରାମତି ଶୀଘ୍ର କରିବାକୁ ଖଡ଼ିଆଳ ବିଡ଼ିଓ ଦୃଷ୍ଟି ଦେବାକୁ ଜନସାଧରଣରେ ଦାବି ହେଉଛି ।

Comments are closed.