Odisha news

ଅଖିଳ ଭାରତୀୟ ଗୋଁଣ୍ଡବାନା ଗୋଁଣ୍ଡ ମହାସଭା ବନ ମହୋତ୍ସବ ସପ୍ତାହ

ନୂଆପଡା-୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଖଡିଆଳ – ସିନାପାଲି ମୁଖ୍ଯରାସ୍ତା ଠାରୁ ଜୁନାପାଣୀ ଗ୍ରାମ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ପ୍ରାୟ ଦୁଇ କିଲୋମିଟର ଯାଏଁ ପନ୍ଦର ସହ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଖଡିଆଳ ବ୍ଳକ ସଭାପତି ଶ୍ରୀ ଯୁକ୍ତ କରୁଣା ଶଙ୍କର ମାଝୀ ଙ୍କ ନେତୃତ୍ବ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ବୁଟଲୁ ମାଝୀ ଯୋଗଦେଇ ସମସ୍ତ ଙ୍କୁ ବୃକ୍ଷ ର ମହନୀୟତା ଓ ଉପଯୋଗୀତ କେତେ ସେ ଉପରେ ପ୍ରକାଶ କରି ସଚେତନତାର ବାର୍ତ୍ତା ଦେଇ ସମାଜର ଏଭଳି ବୃକ୍ଷରୋପଣ ପଦକ୍ଷେପ କୁ ପ୍ରସଂସା କରିଥିଲେ , ଅନ୍ୟମାନଙ୍କ ମଧ୍ୟରେ ବନ ବିଭାଗ ଅଧିକାରୀ ଖଗେଶୂର ମାଝୀ ବୃକ୍ଷ ରୋପଣ ଓ ତ’ର ଯତ୍ନ କିପରି କରାଯାଏ ତା ଉପରେ ବିଷଦ ଭାବରେ ବର୍ଣ୍ଣନା କରି ଉପସ୍ଥିତ ଜନସାଧରଣଙ୍କୁ ବୁଝାଇଥିଲେ ।
ଏହି ବୃକ୍ଷରୋପଣ ଅଭିଯାନ ରେ ବରିଷ୍ଠ ସମାଜିକ କର୍ମକର୍ତ୍ତା ଙ୍କ ମଧ୍ଯ ରେ ଜିଳ୍ଲା ଗୋଁଣ୍ଡ ସମାଜ ସଭାପତି ପ୍ରସନ୍ନ କୁମାର ମାଝୀ, ଜିଲ୍ଲା ସଂପାଦକ ବିହାରୀ ଲାଳ ମାଝୀ, ଲଖିଧର ଶୋରୀ (ଉପସଭାପତି ଖଡିଆଳ) , ମହେନ୍ଦ୍ର ମାଝୀ (ସଂପାଦକ ଖଡିଆଳ) , ହରିମାଝୀ, ପୂର୍ଣ୍ଣ ଚନ୍ଦ୍ର ମାଝୀ , ଶ୍ରୀମତୀ ଚନ୍ଦ୍ରିକା କୁମୁରା, ଶ୍ରୀମତୀ ଗୁରୁବାରୀ ମାଝୀ, ଶ୍ରୀମତୀ ସୁମିତ୍ରା ମାଝୀ, ଶ୍ରୀମତୀ ଡାଳିମ୍ବ ମାଝୀ, ଶ୍ରୀମତୀ ଜୟନ୍ତି ମାଝୀ, ଚୈତନ୍ଯ ମାଝୀ, ପ୍ରମୁଖବଯୋଗ ଦେଇ ବୃକ୍ଷରୋପଣ ବନ ମହୋତ୍ସବ କୁ ସଫଳ କରିଥିଲେ।

Nalco

Comments are closed.