ନୂଆପଡ଼ା ୧୨/୦୪ // ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ, ନୂଆପଡ଼ା ଦ୍ୱାରା ଜି-୨୦ ‘ଜନ ଭାଗିଦାରୀ’ ସଚେତନତା କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଆଜି ଏକ ମାରାଥନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମାରାଥନକୁ ସଂସ୍ଥାନର ନିଦେ୍ର୍ଦଶକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଆନୁଷ୍ଠାନିକ ଭାବେ ଅୟମାରମ୍ଭ କରି ମାରାଥନରେ ଭାଗ ନେଇଥିବା ସମସ୍ତ ଯୁବ ବନ୍ଧୁଙ୍କ ଭୁବନେଶ୍ୱର ଠାରେ ଅପ୍ରେଲ ୨୭ରୁ ଆରମ୍ଭ ହେବାକୁ ଥିବା ଏଜୁକେସନ ୱାର୍କିଙ୍ଗ୍ ଗ୍ରୁପ ଜି-୨୦ ସମ୍ମେଳନ ବିଷୟରେ ସୂଚନା ପ୍ରଦାନ କରିବା ସହିତ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଉକ୍ତ ସମ୍ମେଳନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ । ଉକ୍ତ ମାରାଥନ ହୋଲି ହୋମ୍ ଏଜୁକେସନାଲ କମ୍ପ୍ଲେକ୍ସ, ସିନାପାଲି ଠାରୁ ଆରମ୍ଭ ହୋଇ କୁରୁମପୁରୀ ବଜାର ପରିକ୍ରମା କରିଥିଲା ଏବଂ ଏଥିରେ ସଂସ୍ଥାନର କର୍ମଚାରୀଙ୍କ ସହିତ ମୋଟ ୬୮ ଜଣ ଯୁବକ ଓ ଯୁବତୀ ଯୋଗ ଦେଇଥିଲେ ।
ଉକ୍ତ ‘ଜନ ଭାଗିଦାରୀ’ ସଚେତନତା କାର୍ଯ୍ୟକ୍ରମ ଜନ ଶିକ୍ଷଣ ସଂସ୍ଥାନ, ନୂଆପଡ଼ା ଦ୍ୱାରା ଉକ୍ରଳ ଦିବସ ଠାରୁ ଆରମ୍ଭ ହୋଇ ଅପ୍ରେଲ ମାସ ବ୍ୟାପୀ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ । ଅଦ୍ୟାବଧି ଉକ୍ତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ସଂସ୍ଥାନ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉକ୍ରଳ ଦିବସ, ଜି-୨୦ ବିଷୟରେ ପ୍ରବନ୍ଧ, ସ୍ଲୋଗାନ ଲିଖନ, ପ୍ରଶ୍ନୋ ରୀ, ବକ୍ତୃତା ପ୍ରତିଯୋଗିତା ଆଦି ଆୟୋଜନ କରିବା ସହିତ ସ୍ୱଚ୍ଛତା ସଚେତନତା, ଯୋଗାଭ୍ୟାସ, ଚାରାରୋପଣ, ପ୍ରଭାତଫେରି ଆଦି ଆୟୋଜିତ କରିସାରିଛି । ଜି-୨୦ ‘ଜନ ଭାଗିଦାରୀ’ ସଚେତନତା କାର୍ଯ୍ୟକ୍ରମ ଅଂଶବିଶେଷ ଭାବେ ଆଗାମୀ ଦିନମାନଙ୍କରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ।