Odisha news

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ,ଗୁରୁତ୍ବର ଅବସ୍ଥାରେ ଯୁବକ ଉଦ୍ଧାର

0

ନୂଆପଡା-୧୬/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ଯୁବକ ଜଣକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତ୍ବର ଅବସ୍ଥାରେ ତାଙ୍କୁ  ଉଦ୍ଧାର କରି  ନୂଆପଡା ମୁଖ୍ୟ ଚିକିତ୍ସାଳୟ ରେ  ଭର୍ତ୍ତି କରାଯାଇ ଥିବା ବେଳେ ଚିକିତ୍ସି ଚାଲିଅଛି। ଏହି ଆତ୍ମାହୁତି ଉଦ୍ୟମରେ ତାଙ୍କର ଅଧାରୁ ଅଧିକ ଶରୀର ପୋଡି ଯାଇଛି। ଆଜି ଏଭଲି ଏକ ଅଭାବନୀୟ ଘଟଣା ନୂଆପଡ଼ା ସଦର ତହସିଲ୍ କାର୍ଯ୍ୟାଳୟ ରେ ଦେଖିବାକୁ ମିଲିଛି। ଜମିବିକ୍ରି ଅନୁମତି ପାଇଁ ସେ ନୂଆପଡ଼ା ତହସିଲ ପକ୍ଷରୁ ଏକ ରିପୋର୍ଟ ପ୍ରଦାନ ରେ ବାରମ୍ବାର ହଇରାଣ ହରକତ  ହେଉଥିବା ଅଭିଯୋଗ ରେ ଜଣେ ଯୁବକ ତାର ଶରୀର ରେ ପେଟ୍ରୋଲ ଢାଲି ଆତ୍ମହୁତି ଉଦ୍ୟମ କରିଥିବାବେଳେ ତାର ଶରୀର ଅଧା ରୁ ଅଧିକ ପୋଡି ଗୁରୁତ୍ବର ହୋଇ ପଡିଛନ୍ତି। ଆତ୍ମାହୁତି କରିଥିବା ଯୁବକ ଆମସେନା ପାଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ର ଜଗଦିଶ ଚୌହାନ (୩୫ ବର୍ଷ) ବୋଲି ଜଣାପଡିଛି। ଯୁବକ ନିଜ ପରିବାର ଅସୁବିଧା ହେତୁ ତାର ଭାଗ ର ୧୬ ଡିସମିଲ ଜମି କୁ ବିକ୍ରି ପାଇଁ ତହସିଲ  ଅଫିସ ରେ ଅନୁମତି ଆବେଦନ କରିଥିଲେ।  ନୂଆପଡା ଜମି ବିକ୍ରି ପାଇଁ  ରିପୋର୍ଟ ପ୍ରଦାନ ପାଇଁ ବାରମ୍ବାର ତହସିଲ କର୍ଯ୍ୟାଳୟବରେ ହଇରାଣ କରୁଥିବା ରୁ ଆଜି ଆବେଦନକାରୀ ଜଗଦିଶ ଚୌହାନ ନୂଆପଡା ତହସିଲ ଅଫିସ ସମ୍ମୁଖ ରେ ନିଜ ଶରୀର ରେ ପେଟ୍ରୋଲ ଢାଲି ନିଆଁ ଲଗାଇଥିଲେ। ନିରପେକ୍ଷ ତଦନ୍ତ କରି ଗୁରୁତର ଯୁବକ କୁ ଉଚିତ୍ କ୍ଷତି ପୂରଣ ସହ  ନ୍ୟାୟ ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।  

Govt
Leave A Reply