ନୂଆପଡ଼ା-୨୫/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଆହୁତ ଏକ ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସୁଚନା ପ୍ରଦାନ୍ କରି କହିଛନ୍ତି ଯେ, ବୋଡେ଼ନ ବ୍ଲକ ପାଟଧରା ରିଜର୍ଭ ଜଙ୍ଗଳରେ ପୋଲିସ ପକ୍ଷରୁ ଡିଭିଏଫ, ଏସଓଜି ଏବଂ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ବେଳେ ବିପୁଲ ମାଓ ସାମଗ୍ରୀ ଜବତ ହୋଇ ଥିବା ପୋଲିସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ହୋଇଥିଲା। ଗୁଇନ୍ଦା ବିଭାଗର ସୂଚନାମତେ ସେମାନେ ମାଓବାଦୀଙ୍କ ଗତିବିଧି ଉପରେ ଲକ୍ଷରଖିଥିଲେ ଓ ଠିକ୍ ସମୟରେ ସୂଚନା ଦେଇ ଥିବାରୁ, ବ୍ୟାପକ ଅସମାଜିକ କାର୍ଯ୍ୟକଳାପ ଏବଂ ମାଓକାର୍ଯ୍ୟ କରିବା ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ବୋଡେ଼ନ ବ୍ଲକ ପାଟଧାରା ରିଜର୍ଭ ଜଙ୍ଗଳରେ ମାଓ ସାମଗ୍ରୀ ଜବତ କରିଛନ୍ତି, ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପ୍ରକାଶ କରିଛନ୍ତି। ଗତ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ମାଓବାଦୀଙ୍କ ବରିଷ୍ଠ କ୍ୟାଡ଼ର ଥିବାବେଳେ ସେମାନେ ଖସି ଯାଇ ଥିବା ଜଣାପଡିଛି। ମାଓ ସାମଗ୍ରୀ ମଧ୍ୟରେ ୨ ଗୋଟି ଏଲ ଡି ଲାଇଟ,୩ ଗୋଟି ଡେଟୋନେଟର, ୧ ଗୋଟି ୭.୬୨ ଏମ ଏମ ଏମୁନେସନ ବଲ,ଏକଗୋଟି ୩୦୩ ଏମୁନେସନ ବଲ, ୧୩ ଗୋଟି ଛତା, ୧୪ ଗୋଟି ପୋଷାକ,୩ ଗୋଟି ଟୋପି, ୩ ଗୋଟି ସିଉଟର, ୮ ଗୋଟି ବ୍ରା, ୩ଗୋଟି ପେଣ୍ଟି,ମୋଟୋରଲା ମୋବାଇଲ ଚାର୍ଜର ଏଭଲି ସର୍ବ ମୋଟ ୪୮ଗୋଟି ସାମଗ୍ରୀ ର ତାଲିକା ପ୍ରଦାନ କରି ଛନ୍ତି।
