ନୂଆପଡା-୧୯/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ର ଢେକୁନପାଣି ଗ୍ରାମ ରେ ପୋଲିସ ସୁଚନାକାରି ସନ୍ଧେହ ରେ ମାଓବାଦୀ ଙ୍କ ଲାଲ ତାଣ୍ଡବ ଦୁଇ ମାସ ବ୍ୟବଧାନରେ ପୁଣି ଦେଖିବାକୁ ମିଳିଛି। ଗତ ଦୁଇମାସ ତଳେ ତିନିଗୋଟି ସିଆରପିଏଫ ଯବାନ ଙ୍କୁ ନିର୍ମମ ହତ୍ୟା କରିବାପରେ ଗତ ରାତି ପୁନଃ ଏକ ହତ୍ୟା କରିବାରେ ଲାଲବାହିନି ସଫଳ ହୋଇଛି। ମାଓବାଦୀମାନେ ନିର୍ଭୀକରେ ଅମାନବୀୟ ଭାବେ ଗାଁ ଦାଣ୍ଡ ରେ ଗୁଳି କରି ହତ୍ୟାକାଣ୍ଡ ଭିଆଇ ଥିବା ବେଳେ ଘଟଣା ସ୍ଥଳରେ ହିନ୍ଦୀ ଭାଷାଲେଖା ମାଓ ପୋଷ୍ଟର ଛାଡ଼ିଯାଇଛନ୍ତି। ପଡୋଶୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଦ୍ ଜିଲ୍ଲା ର ନାଗରାର ଗ୍ରାମର ଅନନ୍ତ ରାମ ରାଉତ ନାମକ ବ୍ୟକ୍ତିଙ୍କୁ ଢେକୁନପାଣି ଗ୍ରାମରେ ଦୀର୍ଘ ବର୍ଷହେବ ରହିଆସୁଥିଲେ। ତାଙ୍କୁ ନିଜ ଘର ଢେକୁଁନପାନି ଗ୍ରାମରୁ ପୋଲିସ ସୁଚନାକାରି ଭାବେ ସନ୍ଧେହରେ ଡାକି ଆଣି ଗୁଳି କରି ହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ମାଓ ପୋଷ୍ଟର ଶବ ପିଠିରେ ଲାଖି ରହିଛି। ଲାଲ ରଙ୍ଗରେ ପୋଷ୍ଟ ରେ ପୋଲିସ ଇନଫର୍ମର କାମ କାରୁଥିବା ବ୍ୟକ୍ତିଙ୍କୁ ହତ୍ୟା ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଅଛି। ସେହିପରି ପୋଲିସ ଇନଫର୍ମର କାମ ଛାଡିବାକୁ ଆହ୍ବାନ କରିଛନ୍ତି। ଦୀର୍ଘ ଦିନ ନିରବ ରହିବାପରେ ଗତ ଦୁଇ ମାସରୁ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ ଭିଆଇ ଥିବାରୁ ସମଗ୍ର ଜିଲ୍ଲାରେ ଏକପ୍ରକାର ଭୟର ବାତାବରଣ ଦେଖିବାକୁ ମିଳୁଛି।
