Odisha news

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ନହେଲେ ସରକାରୀ କାର୍ଯ୍ୟକ୍ରମ ବର୍ଜନ ନିଷ୍ପତି

0

ନୂଆପଡା୨/୬ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସମ୍ମୁଖରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନବାଚୀ ଶ୍ରୁଷ୍ଟି ହେଇଛି l ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମି ଦିନରେ ସରକାରି କାର୍ଯ୍ୟକ୍ରମକୁ ଅସହଯୋଗ କରାଯାଇ ବର୍ଜ୍ଜନ କରାଯିବ ବୋଲି ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଛି l ସୂଚନା ଥାଉକି ଗତ ୧୨ ମେ ୨୦୨୨ ତାରିଖ ରାତିରେ ସକାଳ ଖବର କାଗଜ ର ସାମ୍ବାଦିକ ରବିକାନ୍ତ ଠେଲାଙ୍କୁ ଦୁର୍ବୁତ୍ତ ମାନେ ଥାନା ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରିଥିଲେ l ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ଅନେକ ଲୋକଙ୍କୁ ଏଯାଏ ଗିରଫ କରିନାହିଁ l ସେହିପରି କର୍ତ୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ l ଏନେଇ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ବାରମ୍ବାର ଦାବିକରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l କିଛିଦିନ ହେବ ଶ୍ରୀ ଠେଲାଙ୍କ ମାଡ଼ମାରିବା ଘଟଣାକୁ ନେଇ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଏସପି ନିଜେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ମଧ୍ୟ ଦେଇଥିଲେ ତଥାପି କାର୍ଯ୍ୟକାରୀ ହେଲାନାହିଁ l ଉପରୋକ୍ତ ଘଟଣାକୁ ନେଇ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଗତ ବୁଧବାର କୋମନା ବ୍ଲକ ଅନ୍ତର୍ଗତ ସୁନ୍ଦର ଜଳସେଚନ ପ୍ରକଳ୍ପ ଡାକ ବଙ୍ଗଳା ଠାରେ ଏକ ବୈଠକ କରି ଆସନ୍ତା ମଙ୍ଗଳବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି l ଏହାସତ୍ୱେ କାର୍ଯ୍ୟାନୁଷ୍ଠାନ ନହେଲେ ସାମ୍ବାଦିକ ମାନେ ଜିଲ୍ଲାବ୍ୟାପି ସରକାରୀ କାର୍ଯ୍ୟକ୍ରମରେ ବର୍ଜ୍ଜନ କରି ଅସହଯୋଗ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ l ସଭା ପ୍ରାରମ୍ଭରେ ଏକ ସୁନ୍ଦର ଭଜନଗାନ କରିଥିଲେ ଜଗତରାମ ଦଣ୍ଡସେନା, ସାମ୍ବାଦିକ ସମନ୍ୱୟ ସମିତି ର ଆବାହକ ବିଜୟ ସହିସ ସଭାପତିତ୍ୱ ର ରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ ମହାପାତ୍ର,ମାୟାଧର ଶରାଫ,ସୁରେନ୍ଦ୍ର ତିୱାରି, ଘନଶ୍ୟାମ ଭୋଇ, କୁନୁ କରୁଆ, ଆଦିତ୍ୟ ମହାଉତି, ହେମନ୍ତ ବେହେରା,ଦୀପକ ମିଶ୍ର, ଅମିତ ପୁରୋହିତ,ରତନ କେତକି, ପରମେଶ୍ୱର ବାରିକ, ମାଧବ ସାହୁ,ଶାମ୍ଭ ଶରାଫ, ମୋତିଲାଲ ବାଗ, ମନୋଜ ଶଗରିଆ, ଦେବନନ୍ଦ ତାଣ୍ଡି,ଯୁଧିଷ୍ଠିର ଦୀପ,ରବିକାନ୍ତ ଠେଲା, ଚନ୍ଦ୍ର ଦୀପ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଭା ଶେଷରେ ଏକ ଭଜନଗାନ କରି କୁନାଲ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Nalco
Leave A Reply