ନୂଆପଡା-୨୪/୧ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ସଦର ନୂଆପଡା ବ୍ଲକ ଜୋଙ୍କ ଥାନା ଅନ୍ତର୍ଗତ ବୋଇରଭାଡି ଗ୍ରାମରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଇଛି . ଏହି କାର୍ଯ୍ୟକ୍ରମରେ କୋଭିଡ କଟକଣା ମାଧ୍ୟମରେ ମାକ୍ସ ବ୍ୟବହାର ସାମାଜିକ ଦୂରତା ମାଧ୍ୟମରେ ବାଳିକାମାନଙ୍କ ମଧ୍ୟରେ ନାଚ ଗୀତ ପ୍ରତିଯୋଗିତା କରାଯିବ ସହ ଲିଙ୍ଗଗତ ଭେଦ ଭାବ , କୈଶୋର ଅବସ୍ଥାରେ ପରିବର୍ତନ , ଋତୁସ୍ରାବ ସ୍ୱାସ୍ଥ୍ୟ ସ୍ବଚ୍ଛତା , ବାଲ୍ୟବିବାହ ଯୌନ ଅପରାଧ ଉପରେ ଜୀବନ କୌଶଳ ଶିକ୍ଷା ଚାଇଲଡଲାଇନ ର କାଉନ୍ସେଲର ହୋସନା ଅଖତାରୀ , ସଦସ୍ୟ ମନସ୍ବିନୀ ସାହୁ ତାଲିମ ପ୍ରଦାନ କରିଥିବା ବେଳେ , ଜୋଂକ ଥାନାର ସବଇନ୍ସପେକ୍ଟର ଶ୍ରୀମତୀ ଭାରତୀ ନାଏକ ସମାଜର ଚଳଣି ଯୌନ ଅପରାଧ ଆଇନ ବାଲ୍ୟ ବିବାହ ଆଇନ ମହିଳାମାନଙ୍କ ପାଇଁ ଆଇନ କଣ କଣ ଅଛି ସେ ବିଷୟରେ ଶିକ୍ଷା ଦେଇଥିଲେ ।ଏହି କାର୍ଯ୍ୟ କ୍ରମରେ ଚାଇଲଲାଇନର ସଂଯୋଜକ ମୁକେଶ କୁମାର ଯୋଶୀ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଉଗେଶ୍ରୀ ସାହୁ , ପ୍ରଭାସିନୀ ଗଇନ୍ତା ଧନମତି ମାଝୀ ଓ ଆଶା ଚନ୍ଦ୍ରାବତି ତାଣ୍ଡି ସହଯୋଗ କରିଥିଲେ ।