Odisha news

ଅଞ୍ଜନା ସମିତି ସଭ୍ୟା ପ୍ରାଥି ରୂପେ ବିଜୟୀହେଲେ ସରକାରୀ ଯୋଜନ କୁ ଲୋକାଭିମୁଖୀ କରିବେ

0

ନୂଆପଡା  ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ସଦର ଗ୍ରାମର ଅଞ୍ଜନା ସୁନାନୀ ସମିତିସଭ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେନ୍ଦୁମୁଣ୍ତା ପଞ୍ଚାୟତ ର ଉନ୍ନତି ବିକାଶ ମାର୍ଗରେ କାମ କରିବା ସହ ଲୋକଙ୍କ ସମସ୍ୟା ତଥା ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ କୁ ଲୋକଙ୍କ ପାଖରେ ପହଞ୍ଚାଇ ସଚେତନ କରିବା ସହ ଜନସାଧାରଣଙ୍କ ସମସ୍ୟା କୁ ଗୁରୁତ୍ବ ଦେଇ ସରକାର ଙ୍କ ଯୋଜନା ଗୁଡିକ ଯେମିତି ସମସ୍ତେ ପାଇ ପାରିବେ ତାହା ଚେ଼ଷ୍ଟା କରିବି ବୋଲି ମତ ପ୍ରକାଶ କରିଛନ୍ତି। କେନ୍ଦୁମୁଣ୍ତା ପଞ୍ଚାୟତ ସମିତିସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଲେ ପ୍ରସ୍ତାବକ ଭାବେ କାନ୍ଦୁଲକୋନା ଗ୍ରାମର ଗିରିରାଜ ସିଂ ମାଝି ଓ କେନ୍ଦୁମୁଣ୍ତା ଗ୍ରାମର କୃଷ୍ଣ ଘିଭେଲା ସମର୍ଥକ କରିଛନ୍ତି।

Leave A Reply