ନୂଆପଡା-୧୯/୧: ଖରିଆରରୋଡ ସ୍ଥିତ କଂଗ୍ରେସ ଭବନରେ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ସନ୍ନି ସାହୁ ଓ ବିଧାନସଭା ଛାତ୍ର ସଭାପତି ଅଶୋକ ଦଣ୍ଡସେନା ଙ୍କ ନେତୃତ୍ବରେ ବହୁ ଯୁବକ, ଛାତ୍ର କଂଗ୍ରେସ ଯୋଗଦାନ କରିଛନ୍ତି l କଂଗ୍ରେସ ର ଆଦର୍ଶ ଓ ଜନହିତକର କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ସେମାନେ କଂଗ୍ରେସରେ ଯୋଗ ଦେଇ ଛାତ୍ର ଓ ଯୁବ ଶକ୍ତିକୁ ଆହୁରି ମଜବୁତ୍ କରିବେ ବୋଲି ମତବ୍ୟକ୍ତ କରିଥିଲେ l ଏହି ମିଶ୍ରଣ ପର୍ବରେ ଯୁବନେତା ନବୀନ ସାହୁ ଙ୍କ ସହ ଆଶା ସାହୁ, ଅମନ ଅଗ୍ରୱାଲ, ରାକେଶ ବାରିକ, ଦିଗମ୍ବର ସାହୁ, ଡିଙ୍କୁ ସାହୁ, ଉମାଶଙ୍କର ସାହୁ, ଛାଗନ ସାହୁ, ନିତେଶ ସାହୁ, ଜିତେନ୍ଦ୍ର ରଣା ପ୍ରମୁଖ ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ଅଙ୍କିତ ସିଂଘାଇ, ପିସିସି ସଦସ୍ୟ ମୋତି ରାୱଲ, ତେଲେଙ୍ଗାନା ପ୍ରଦେଶ ସୋସିଆଲ ମିଡିଆ ପ୍ରଭାରୀ ଅନନ୍ତ ସୋନି, ଟାଉନ ସଭାପତି ଜୁନେଦ ମହମ୍ମଦ, ଟାଉନ ଯୁବ ସଭାପତି ଆୟୁଷ ଗୁପ୍ତା, ଟାଉନ କଂଗ୍ରେସ ଉପସଭାପତି ଜିତୁ ସାହୁ, ଜିଲ୍ଲା ଛାତ୍ର ସମ୍ପାଦକ କମଳ ସାହୁ ଉପସ୍ଥିତ ଥିଲେ l