Odisha news

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ୧୭ ଦଫା ଦାବି ପତ୍ର ପ୍ରଦାନ ଓ ବିଷଦ ଆଲୋଚନ

0
ନୂଆପଡା-୧୪/୧ :  ନୂଆପଡା ଜିଲ୍ଲା ଆଶା କର୍ମୀ ସଙ୍ଘ ତରଫରୁ ସଙ୍ଘ ର ଉପଦେଷ୍ଟା ତଥା ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ  ଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଶତାଧିକ ଅଶାକର୍ମୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗସ୍ତି ପ୍ରଧାନ ଙ୍କୁ ତଥା ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରିଣୀ ଶ୍ରୀମତୀ ଡ଼ଃ ଚୌଧୁରୀ ଶୋଭାରାଣୀ ମିଶ୍ର ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ୧୭ ଦଫା ଦାବୀ ପତ୍ର ପ୍ରଦାନକରି ତାଙ୍କର ବିଭିନ୍ନ ସମସ୍ୟା ଓ ଦାବୀପତ୍ର ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଥିଲା।ପରେ ମହା ମହିମ ରାଜ୍ୟପାଳ,ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ,ମାନ୍ୟବର ଅତିରିକ୍ତ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ମାନନୀୟା ନିର୍ଦ୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ,ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରେରଣ କରାଯାଇଥିଲା।ଜାତୀୟ ସ୍ୱାସ୍ଥ୍ୟ ମିଶନ କୁ ସ୍ଥାୟୀ କରିବା ସହିତ ଆଶାକର୍ମି ଙ୍କୁ ସରକାରୀ କରିବା,ଆଶାକର୍ମୀ ଙ୍କ ବେତନ ଭତ୍ତା ଏକୋଇଶ ହଜାର ଟଙ୍କା ଓ ପେନସନ ଅତିକମରେ ତିନି ହଜାର ଟଙ୍କା,ଆଶାକର୍ମୀ ଙ୍କ ପାଇଁ,ଇ.ପି.ଏଫ.ଗ୍ରାଚ୍ୟୁଇଟି,ଇ.ଏସ .ଆଇ ଓ ପେନସନ ଲାଗୁକରିବା,ଆଶାକର୍ମୀ ମାନଙ୍କ ଦୁର୍ଘଟଣା କିମ୍ବା ସାଧାରଣ ମୃତ୍ୟୁ ରେ ପାଞ୍ଚ ଲକ୍ଷ ଟଙ୍କା କ୍ଷତି ପୁରଣ, ଆଶାକର୍ମୀ ଙ୍କୁ କୋଭିଡ଼ ଯୋଦ୍ଧା ର ମାନ୍ୟତାଦେଇ କୋଭିଡ ସ୍ୱତନ୍ତ୍ର ଭତ୍ତା ବନ୍ଦ ନ କରିବା,ପ୍ରତ୍ୟେକ ଡାକ୍ତର ଖାନାରେ ଆଶା ଗୃହ ର ବ୍ୟବସ୍ଥା,ରାତ୍ରୀ କାଳୀନ ଡ୍ୟୁଟି ପାଇଁ ଆଲାଉନ୍ସ ପ୍ରଦାନ,ଜନନୀ ସୁରକ୍ଷା ଯୋଜନାର ପାଉଣା କୁ ଦୁଇଗୁଣ କରିବା, ବର୍ଷରେ ଦୁଇ ହଳ ପୋଷାକ ପ୍ରଦାନ,ଅନ୍ୟାନ୍ୟ ରାଜ୍ୟ ପରି ଆଶାକର୍ମୀ ଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବ୍ୟବସ୍ଥା, ଆଶାକର୍ମୀ ମାନ ଙ୍କୁ ବିଭିନ୍ନ ହସ୍ପିଟାଲରେ ଦୁର୍ବ୍ୟବହାର  କିମ୍ବା ଆତ୍ମ ସମ୍ମାନ ରେ ଆଞ୍ଚ ଆସିଲା ଭଳି ବ୍ୟବହାର ନ କରିବା ଇତ୍ୟାଦି ସତର ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ସରକାର ଓ ପ୍ରଶାସନିକ ଅଧିକାରୀ ଯଥାର୍ଥ ଦାବୀ ଗୁଡିକ ପୂରଣ ପାଇଁ ବିଚାର ଓ ପଦକ୍ଷେପ ନ ନେଲେ ସଙ୍ଘ ତରଫରୁ ଆନ୍ଦୋଳନ ର ଚେତାବନୀ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ମିନାକୁମାରି ମାଝୀ, ଗୀତାଞ୍ଜଳି କୁମ୍ଭାର,ସରସ୍ୱତୀ ମାଝୀ, ଗୀତାଞ୍ଜଳି ତାଣ୍ଡି,ହେମକାନ୍ତି ମାଝି,ପୁଷ୍ପାଞ୍ଜଳି ପଟେଲ,ନିଲାବତୀ ନାୟକ,ସାବିତ୍ରୀ ଦୁରିଆ,ସ୍ନେହସିଲା ଜୈନ, କିଅଫୁଲ ଶୋରୀ, ବି ଏମ ଏସ ସାଧାରଣ ସମ୍ପାଦକ ପ୍ରଦୀପ ଦଣ୍ଡସେନା,ନିଫଟୁ ସଭାପତି ଭକ୍ତବନ୍ଧୁ ଧରୁଆ,ଶ୍ରମିକ ନେତା ଯଯାତି ମେହେର,କୁଞ୍ଜବିହାରି କଟା ପ୍ରମୁଖଙ୍କ ଙ୍କ ସହିତ ଶତାଧିକ ଆଶାକର୍ମୀ ସାମିଲ ହୋଇଥିଲେ।ଜିଲ୍ଲା ର ବିଭିନ୍ନ ବ୍ଲକ୍ ରେ ନେତୃତ୍ୱ ନେଉଥିବା ଆଶାକର୍ମୀ ଓ ଶ୍ରମିକ ନେତା ମାନେ ପ୍ରବଳ ବର୍ଷା ରେ ମଧ୍ୟ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ନୂଆପଡା ଜିଲ୍ଳା ଆଶା କର୍ମୀ ସଙ୍ଘ ର ଉପଦେଷ୍ଟା ଶ୍ରୀ ଯଦୁମଣି ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Leave A Reply