ନୂଆପଡା-୧୮/୧୧ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଜିଲ୍ଳାପାଳ କାର୍ଯ୍ୟାଳୟ ରେ ଜିଲ୍ଳାପାଳ ଙ୍କୁ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରି ଜିଲ୍ଲା ର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଚଉଦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଜିଲ୍ଲାରେ ମଣ୍ଡି ଚାଲିବା ପୂର୍ବରୁ ମରୁଡି ଗ୍ରସ୍ତ ପଞ୍ଚାୟତସବୁ ଘୋଷଣା କରିବା, ଅଦିନିଆ ବର୍ଷା ଓ ରୋଗ ପୋକରେ ନଷ୍ଟ ହୋଇଥିବା ଫସଲ ର ଆକଳନ କରି ଓଡିଶା ରିଲିଫକୋଡ଼ ମୁତାବକ କ୍ଷତି ପୁରଣ ପ୍ରଦାନ,ସ୍ଥାୟୀ କପା ଓ ମକା ମଣ୍ଡି ଖୋଲିବା,ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା ଫସଲ ପାଇଁ ତୁରନ୍ତ କ୍ଷତିପୂରଣ ପ୍ରଦାନ,୨୦୧୭-୧୮-୧୯ ର ବକେୟା ଫସଲ ବୀମା ପ୍ରଦାନ,କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ର ଦରଖାସ୍ତ ଜିଲ୍ଲା ଓ ରାଜ୍ୟ ସ୍ତରରେ ପଡିରହିଛି ତାକୁ ମଞ୍ଜୁର କରେଇବା ଇତ୍ୟାଦି ଦାବୀ ଉପରେ ବିସ୍ତୃତ ଆଲୋଚନା ହୋଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ଆଜି ଜିଲ୍ଲା ଧାନ ପ୍ରକ୍ୟୋର୍ମେଣ୍ଟ କମିଟି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ପାଣିଗ୍ରାହୀ ଙ୍କୁ ଚାଷୀ ଙ୍କ ପ୍ରତିନିଧି ରୂପେ ସ୍ଥାନ ଦେଇଥିବାରୁ ଚାଷୀ ଙ୍କ ମହଲରେ ଖୁସି ହେବା ସହିତ ପରିଷଦ ଧନ୍ୟବାଦ ଜ୍ଞାପନ କରିଛି। ଡିଏଲପିସି ବୈଠକରେ ସାମିଲ ହୋଇ ଚାଷୀଙ୍କ ଯଥାର୍ଥ ଦାବୀ ଗୁଡିକ ଶ୍ରୀ ପାଣିଗ୍ରାହୀ ଉତ୍ଥାପନ କରିଥିଲେ।ଚାଷୀଙ୍କୁ ଟୋକାନ ସହିତ ପେକ୍ସ ସଂସ୍ଥା ବସ୍ତା ପ୍ରଦାନ କରିବା,ଦରକାର ପଡ଼ିଲେ ଚାଷୀଙ୍କୁ ପ୍ଲାଷ୍ଟିକ ବେଗ ରେ ଧାନ ଦେବା ପାଇଁ ଅନୁମତି ଦେବା,ମଣ୍ଡିରେ ବିନା କଟନୀ ଛଟନୀ ରେ ଧାନ କିଣିବା,ମଣ୍ଡିରେ ଚାଷୀ ଙ୍କୁ ଅତିକମରେ ଟେଣ୍ଟ,ପିଇବା ପାଣି ଓ ରାତିରେ ଆଲୋକ ବ୍ୟବସ୍ଥା କରିବା,ଟୋକାନ ଯେତିକି ଆସିବ ସେତିକି ଟାର୍ଗେଟ ଦେବା,ଟୋକନ କୌଣସି ପରିସ୍ଥିତି ରେ ବାତିଲ ଯେମିତି ନ ହେବ ସେଥିପାଇଁ ଧ୍ୟାନ ଦେବା,ମଣ୍ଡିରୁ ଧାନ ପରିବହନ ମିଲରସ ଆଧାରିତ ନ କରି ନିରପେକ୍ଷ ବ୍ୟବସ୍ଥା କରିବା ଇତ୍ୟାଦି ଦାବୀ ବୈଠକରେ ଉପସ୍ଥାପିତ କରାଯାଇଛି।ଯଦି ଏ ବର୍ଷ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ହୁଏ ଓ ଚାଷୀ ହଇରାଣ ହୁଅନ୍ତି ତେବେ ପରିଷଦ ଜୋରଦାର ଆନ୍ଦୋଳନ ମାଧ୍ୟମରେ ପ୍ରଶାସନ କୁ ଅଚଳ କରି ଉଚିତ ଜବାଵ ଦେବାକୁ ପଛେଇବ ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।