ନୂଆପଡା-୨/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ସିନାପାଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଘୋଷଣା। ଆଜି କମିଟି ପରିଚାଳନା ସଭାପତି ବୈଷମପାୟନ ମେହ୍ୱର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଚଳିତ ବର୍ଷ କୋଭିଡ ମହାମରୀ ସଂକ୍ରମଣ କୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ବନ୍ଦ କରିବା ନିଷ୍ପତି ନେଇଛନ୍ତି। ସେବାୟତ ମାନେ ସନ୍ଦିର ପରିସର ମଧ୍ୟରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ଏବଂ ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହେବ।ସମ୍ପାଦକ ତୁଲଶୀ ରାମ ମେହେର ସ୍ଵାଂଗତ ଜଣାଇଥିବା ବେଳେ ସରପଞ୍ଚ ସୀତାରାମ ମେହେର,ଜିଲ୍ଲାପରିଷଦ ସଭ୍ୟ ପ୍ରିୟ ରଞ୍ଜନ ମେହେର,ନରହରି ମେହେର, ନାରାୟଣ ପାତ୍ର, ବୈଷ୍ଣବ ମେହେର ବହୁ ବୁଦ୍ଧିଜୀବୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ଯୋଗ ଦେଇ ନିଜ ସୁଚିନ୍ତିତ ମତ ଦେଇଥିଲେ। କୋଭିଡ ସଂକ୍ରମଣ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମା ର ଶାନ୍ତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।।

Comments are closed.