Odisha news

ପୋଲ,ତାର, ଟ୍ରାନ୍ସଫରମର ଓ ମିଟର ବି ଲାଗିଛି ହେଲେ ବିଦ୍ୟୁତ ସଂଯୋଗ ଦେବାରେ ବିଳମ୍ବ କାହିକ କି ?

ନୂଆପଡା-୨୮/୦୯ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) – ଟ୍ରାନ୍ସଫର୍ମର ବସିଛି, ତାର ଟଣା ଯାଇଛି, ମିଟର ମଧ୍ୟ ବସିଛି କିନ୍ତୁ ବିଦ୍ୟୁତ ସଂଯୋଗ ଅପେକ୍ଷାରେ ଏବେବି ବିଦ୍ୟୁତ ଉପଭୋକ୍ତା।ଏ ହେଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର କୈବର୍ତ୍ତପଡା ର ଦୁଃଖ । ଦୀପତଳ ଅନ୍ଧାର ଏହା କୌଣସି ଦୁର୍ଗମ ଅଞ୍ଚଳ ନୁହେଁ, ଖଡ଼ିଆଳ- ଭବାନୀପାଟଣା ରାସ୍ତା ରେ ୯କିଲୋମିଟର ଦୁରେ ମୁଖ୍ୟ ରାସ୍ତା ରହିଛି ତୁକଲା ଗ୍ରାମ। ପଡ଼ାରେ ରହିନ୍ତି ୨୦ ପରିବାର। ତିନି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରି ସମସ୍ତେ ରହୁଛନ୍ତି।ଦେଢ଼ ବର୍ଷ ତଳେ ଦୀନ ଦୟାଲ ଉପାଧ୍ୟାୟ ଯୋଜନାରେ ପଡାକୁ ବିଦ୍ୟୁତ ଖମ୍ବ ପୋତାଗଲା,ତାର ଟଣାଗଲା,ଟ୍ରାନ୍ସଫର୍ମର ବସିଲା,ମିଟର ମଧ୍ୟ ସବୁଘରେ ସ୍ଥାପିତ କରାଗଲା କିନ୍ତୁ ଦୁଃଖ ର କଥା ବିଦ୍ୟୁତ ସଂଯୋଗ କରାଗଲା ନାହିଁ। ହେଲେ ଉପଭୋକ୍ତା ବିଦ୍ୟୁତ ଆଲୋକ ଅପେକ୍ଷାରେ ରହିଛନ୍ତି କିନ୍ତୁ କେହି ତାଙ୍କ ଦୁଃଖ ବୁଝି ବାକୁ ନାରାଜ। ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଲୋକେ ଅନ୍ଧାରରେ ଡିବିରି ଜାଳି ରହିବାକୁ ବାଧ୍ୟ। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ନନ୍ଦ କୁମାର ନାଗଙ୍କୁ ଯୋଗାଯୋଗ କରି ପଚାରି ବୁଝିବାରୁ ଦୁଇ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।ଉପଭୋକ୍ତାମାନେ ଶିଘ୍ର ବିଦ୍ୟୁତ ସଂଯୋଗ ଦେବାକୁ ସାଧାରଣ ରେ ଦାବି କରିଛନ୍ତି।

Comments are closed.