ନୂଆପଡ଼ା-୨୮/୯ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) : ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖଡ଼ିଆଳ ବ୍ଲକ ବରଗାଁ ସ୍ଥିତ ଜୟ କିଷାନ ହାଇ ସ୍କୁଲ ପରିସରରେ ନୂଆପଡା ଜିଲ୍ଲା ସ୍କାଉଟସ ଓ ଗାଇଡସ ର ପ୍ରୟାସ ରେ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ , ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଜଙ୍ଗଲ ବିଭାଗ ଏସି.ଏଫ ଜୟରାମ ଶବର, ଖଡ଼ିଆଳ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, କୋମନା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ସରୋଜ କୁମାର ବେହେରା, ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡ଼ସ ର ସମ୍ପାଦକ ତଥା ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ସିନାପାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଚୈତନ୍ୟ ହୋତା, ସାଙ୍ଗଠନିକ ସଂପାଦକ ତଥା ଜୟ କିଷାନ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଲୋକେଶ୍ୱର ମେହେର , ସହ ସ୍କାଉଟସ କମିଶନର ପ୍ରମୋଦ ଠାକୁର ମଞ୍ଚାସିନ ରହି ରକ୍ତ ଦାନ ଏକ ମହତ ଦାନ , ଆମେ ସମସ୍ତେ ରକ୍ତ ଦାନ କରିବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ଏହି ମେଗା ରକ୍ତ ଦାନ ଶିବିରରେ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସିବିରରେ ଖଡ଼ିଆଳ ଏବିଇଓ ପ୍ରମୋଦ ପତି, ବୋଲଧର ନାଗ, ମୋତିଲାଲ ବେହେରା, ସାଙ୍ଗଠନିକ କମିଶନର ବିଜୟ ନାଗ, ତାଲିମ କମିଶନର ଅଶୋକ ବେହେରା , ସହ ସଂପାଦକ ପ୍ରଶାନ୍ତ ପ୍ରଧାନୀ ଙ୍କ ସମେତ ସ୍କାଉଟସ ଓ ଗାଇଡସ ର କ୍ଷମାସାଗର ସାହୁ , ଦିଲ୍ଲୀପ ନାଏକ , ରୋଷନ ପଣ୍ଡା, ସୁଶାନ୍ତ ସ୍ୱାଇଁ, ଦମୟନ୍ତି ପଟେଲ, ସିଆରସିସି ପ୍ରଶାନ୍ତ ପଣ୍ଡା, ଶଙ୍କର ଦାସ, ପ୍ରଶାନ୍ତ ସାହୁ, ଛବି ପୋଡ଼, ହେରାମ୍ବ ରାଜ ମାଝୀ, ଜିତେନ୍ଦ୍ର ପଣ୍ଡା, ସୁଧାଂଶୁ ମୁଣ୍ଡ, ରାଜଶ୍ରୀ ଦଣ୍ଡସେନା, ରୁନା ଜାଲ, ଜୟଦେବ ବେହେରା, ଯୋଗେଶ ଚଳାନ, ପ୍ରଦୀପ ମୁଣ୍ଡ, ଚକ୍ର ମୁଣ୍ଡ, ରାହୁଲ ବର୍ମା ସମେତ ଖଡ଼ିଆଳ ବ୍ଲକ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ ।
Comments are closed.