ନୂଆପଡା-୩୦/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା କୋମନା ଥାନା ଏନଏଚ ୩୫୩ର ହରିପୁର ଗାଁ ନିକଟ ବ୍ରିଜରୁ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳେ ପଡି ଛତିଶଗଡ ପୋଲିସର ଜଣେ କନେଷ୍ଟବଲ ମୢତ୍ୟୁବରଣ କରିଛନ୍ତି । ମୢତକ ଜଣକ ଛତିଶଗଡ ପୋଲିସର କନେଷ୍ଟବଲ ଦେବ ନାରାୟଣ ସିଦ୍ଦାର । ସେ ଛତିଶଗଡ ମହାସମୁନ୍ଦ ଜିଲ୍ଲା ବାଗବାହାରା ନଗର ପଞ୍ଚାୟତ ର ଅଟନ୍ତି ।ତାଙ୍କ କନେଷ୍ଟବ ରେଙ୍କ ୩୦୫୯ ବୋଲି ଜଣା ପଡିଛି । ସୂଚନା ପାଇ କୋମନା ଦମକଳ ବାହିନୀ ଶବ ଉଦ୍ଧାର କରି କୋମନା ମେଡିକାଲକୁ ପହଞ୍ଚାଇଛନ୍ତି । କୋମନା ପୋଲିସ ଛତିଶଗଡ ପୋଲିସକୁ ସୂଚନା ଦେଇଛନ୍ତି ।

Comments are closed.