ନୂଆପଡା- ୩୦/୮ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) ସିନାପାଲି ଥାନା ଅନ୍ତର୍ଗତ ସିଂଗଝର ଗ୍ରାମପଂଚାୟତ ସ୍ଥିତ ସୋନବରଷା ଗ୍ରାମର ଜୈନେକ ବିବାହିତା ମହିଳା ଙ୍କୁ ସେହି ଗ୍ରାମର ବସନ୍ତ ରାଉତ ନାମକ ଯୁବକ ଜଣକ ଦୁଷ୍କର୍ମ ଉଦ୍ୟମ କରୁଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ମହିଳା ଜଣକ ଗାଁ ପୋଖରୀ କୁ ପ୍ରାୟ ଭୋର ପାଞ୍ଚ ଟା ବେଳେ ଝାଡ଼ା ଯାଇ ଶୌଚ ସାରି ଫେରୁଥିବା ସମୟରେ ଗ୍ରାମର ଛୋଟିଗୁଡି ମନ୍ଦିର ନିକଟରେ ଭେଟିଥିଲା ସେଠାରେ ଏକୁଟିଆ ଦେଖି ଅଶ୍ଳୀଳ ଭାଷା କହି ଥିଲା। ପରେ ମହିଳା ଜଣକର ହାତଧରି ତଳେ ପକାଇ ଦେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା, ପରେ ମହିଳା ଚିତ୍କାର କରିବା ରୁ ଏତିକି ସମୟରେ ଗ୍ରାମର ଦୁଇ ଜଣ ବ୍ୟକ୍ତି ସାଇକେଲ ଯୋଗେ କୌଣସି କାମରେ ଆସୁଥିବା ଦେଖି ଗ୍ରାମର ଯୁବକ ଜଣକ ଫେରାର ହୋଇଯାଇଥିଲା। ପରେ ମହିଳା ଜଣକ ଘରକୁ ଯାଇ ସବୁ ଘଟଣା ବିଷୟରେ ନିଜ ଲୋକଙ୍କୁ କହିବା ପରେ ସିନାପାଲି ଥାନାରେ ଏତଲା ଦେଇଛନ୍ତି। ସିନାପାଲି ପୋଲିସ ଥାନାରେ ୧୮୦/୨୧ ମାମଲା ରୁଜୁ କରି ଘଟଣାର ତଦନ୍ତ ପୋଲିସ ଚଳାଇଥିବା ସୂଚନା ମିଳିଛି।

Comments are closed.