Odisha news

ଜିଲ୍ଲାପାଳଙ୍କୁ ୧୪ବର୍ଷର ନାବାଳକକୁ ଉଦ୍ଧାର ପାଇଁ ଦାବି।

ନୂଆପଡା-୫/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ଦେଡେଂଗା ଗାଁର ବଲ୍ଲଭ ହରିଜନ- ଦୀପ- ( ୧୪ ବର୍ଷ) ନିଜ ବଡ ଭଉଣୀ ଜାମିନି ହରିଜନ ଓ ଭିଣୋଇ ଜଗା ହରିଜନ ସହ ତାଙ୍କ ଛୁଆର ଯତ୍ନ ନେବା ପାଇଁ ସ୍ତାନୀୟ ଶ୍ରମିକ ସର୍ଦାରଙ୍କ ସହ ହାଇଦ୍ରାବାଦର ନାଲଗୋଣ୍ଡା ଜିଲ୍ଲା ଚେର୍ଲାପେଲି ଯାଇଥିଲେ।

ଇଟାଭାଟି ମାଲିକ ନବାଦ ଏଙ୍କେନା ନିର୍ଯାତନା ଦେବାରୁ ଭଉଣୀ ଓ ଭିଣୋଇ ଲୁଚିକି ପଲେଇ ଆସିଲେ ହେଲେ ବଲ୍ଲଭ ଆସିପାରିଲା ନାହି ଫଳରେ ମାଲିକ ତାକୁ ବନ୍ଧକ ରଖିଲେ। ୨ଲକ୍ଷ ଟଙ୍କା ଦେଲେ ଛାଡିବି ବୋଲି କହୁଛି।

ପ୍ରଶାସନକୁ ଆଜି ବଲ୍ଲଭକୁ ତୁରନ୍ତ ଉଦ୍ଧାର କରିବା ସହ ସ୍ତାନୀୟ ଶ୍ରମିକ ସର୍ଦାର ଶୁକ୍ଲିମୁଣ୍ଡି ଗାଁର ଶବିର ମହମ୍ମଦ ଓ ଇଟାଭାଟି ମାଲିକଙ୍କ ଉପରେ କଠୋର କାର୍ଯ୍ଯନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି।

ଗତକାଲି ଗରିବ ସେନାର ସଭାପତି ରବି ମଙ୍ଗରାଜ ଓ ତାଙ୍କ ଟିମ୍ , ମାନବ ଅଧିକାର ମନିଟର ସଂନ୍ଧ୍ଯାରେ ବଲ୍ଲଭଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ, ଦେବେନ୍ଦ୍ର ବାଗ,ପୂର୍ବତନ ସରପଞ୍ଚ ବିଦ୍ଯା ଶବର,ମହେନ୍ଦ୍ର ପଟେଲ୍,ଭୁଷଣ ଶଗରିଆ ଉପସ୍ଥିତ ଥଲେ। ପୂର୍ବରୁ ପରିବାରବର୍ଗ ଜିଲ୍ଲାପାଳ ଓ ଡି.ଏଲ୍.ଓ ଙ୍କୁ ଦାବୀପତ୍ର ଦେଇ ସାରିଛନ୍ତି।

Shares