ନୁଆପଡା -୧୩/୬ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦେଓଧରା ଗ୍ରାମପଞ୍ଚାୟତ ୨୦୧୬-୧୭ ମସିହାରେ ନୂତନ ପଞ୍ଚାୟତ ମାନ୍ୟତା ଲାଭ କରିଥିଲା କିନ୍ତୁ ଘୋର ପରିତାପ ର ବିଷୟ ଆଠ ବର୍ଷ ହେଲା ଏ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ତିଆରି ହୋଇପାରୁନାହିଁ। କୋଠା ନଥିବା ରୁ ଅଫିସ କାର୍ଯ୍ୟ ସୁରୁ ଖୁରୁ ରେ ହୋଇ ପାରୁ ନାହିଁ ଏଣୁ ଗ୍ରାମପଞ୍ଚାୟର ବିକାଶ ପାଇଁ ପ୍ରତିବନ୍ଧକ ଦେଖାଦେଇ ଦେଇଛି। ଦେଓଧରା ଓ କୁଞ୍ଜଲପଡା ମଧ୍ୟସ୍ଥଳ ରେ ନୂତନ ଗ୍ରାମପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଜନ ପ୍ରତିନିଧି ଓ ଗ୍ରାମପଞ୍ଚାୟତର ସରପଞ୍ଚ, ୱାର୍ଡ଼ ସଭ୍ୟ/ସଭ୍ୟା ଓ ଜନସାଧାରଣ ଅଣ୍ଟା ଭିଡିଛନ୍ତି। ଗ୍ରାମପଞ୍ଚାୟତର ସାମୁହିକ ବିକାଶ ପାଇଁ ଜିଲ୍ଲା ପରିଷଦ ସଭ୍ୟ ମୁରଲୀଧର ଭୋଇ, ସମିତି ସଭ୍ୟ ଶୋଭାରାମ ମାଝୀ, ସରପଞ୍ଚ ଗୋମତୀ ମାଝୀ, ନାଏବ ସରପଞ୍ଚ ହରିସିଂ ଧରୁଆ, ୱାର୍ଡ ମେମ୍ବର ଚମ୍ପୁ ଦୀପ, ପାହାନ୍ତି ଚିନ୍ଦା, ରିତା ଚିନ୍ଦା, ଯମୁନା ମାଝୀ, ଉଦ୍ଧବ ଦଳ, ଘସେନ ମାଝୀ, ଯୁବ ସମାଜସେବୀ ତଥା ପୂର୍ବତନ ସମିତି ସଭ୍ୟ ମହେନ୍ଦ୍ର ଦୀପ ଜନ ଶୁଣାଣି ଶିବିର କୋମନାକୁ ଆସି ଜିଲ୍ଲାପାଳ ମଧୁ ସୁଦନ ଦାଶ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ମହୋଦୟ ଖୁବ ଶୀଘ୍ର ଏହି କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦେଖା ଯାଉ ଆଉ କେତେ ଦିନ ଗଡୁଛି ନୂତନ ପଞ୍ଚାୟତ କୋଠା ନିର୍ମାଣ ହେବାକୁ , ଦେଓଧରା ପଞ୍ଚାୟତବାସୀ ଅନାଇ ରହିଲେ ।