Odisha news

ତାଳି ପକେଇ କୋଟି ଟଙ୍କାର ମରାମତି ଶେଷ ! ଅଧିକାରି ଙ୍କ ଦୃଷ୍ଟି ପଡୁ।

0
ନୂଆପଡ଼ା -୧/୬(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଳା ଦେଇ ଯାଇଛି ଜାତୀୟ ରାଜପଥ ୩୫୩ । ଏହି ଜାତୀୟ ରାଜପଥ ଛତିଶଗଡ଼ ରାଜ୍ୟ ରାଜଧାନୀ ରାଇପୁର ରୁ ଗୋପାଳପୁର କୁ ସଂଯୋଗ କରିଛି। ଏହାର କିଛି ଅଂଶ ରେ ରାଜ୍ୟ ସରକାର ଙ୍କ ଏକ୍ସପ୍ରେସ ୱେ ସଂଯୋଗ ହୋଇଛି। ପ୍ରତ୍ୟହ ଏହି ରାସ୍ତା ଦେଇ ଶହ ଶହ ଭାରୀ ଓ ହାଲୁକା ଯାନ ବାହନ  ଯାତାୟାତ କରୁଛି। ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ପେଣ୍ଡ୍ରାବନ୍ଧ ପୋଲ ଉପର ରାସ୍ତା ବିପଦସଂକୁଳ ଅବସ୍ଥାରେ ଦୀର୍ଘ ଦିନରୁ ରହିଥିବାବେଳେ ଦୁର୍ଘଟଣା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ହାନୀ ହୋଇଥିବା ନଜିର ରହିଛି। ଏଭଳି ସ୍ଥିତିରେ ଉକ୍ତ ରାସ୍ତା ର ଜରୁରୀକାଳୀନ ମରାମତି ପାଇଁ କିଛି ବର୍ଷ ପୂର୍ବେ ଦୀର୍ଘ ଦିନ ପାଇଁ ସେହି ରାସ୍ତା ଉପରେ ଭାରୀ ଯାନ ଚଳାଚଳ ଉପରେ ପ୍ରଶାସନ ରୋକ ଲଗେଇ କାମଚଳା ମରାମତି ପରେ ପୁଣି ଭାରୀ ଯାନ ଚଳାଚଳ ଆରମ୍ଭ କରିଥିଲା। ସ୍ଥାନୀୟ ଜନସାଧାରଣ ଉକ୍ତ ରାସ୍ତା ମରାମତି ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବୀ ଉପସ୍ଥାପନ ପରେ କିଛି ମାସ ପୂର୍ବରୁ ଭାଲୁମୁଣ୍ଡା ରୁ କୁରୁମପୁରୀ ମଧ୍ୟସ୍ଥ ରାଜପଥ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ଦେଖି ବାକୁ ମିଳିଥିଲା। ତେବେ ଦୀର୍ଘ ଛ ମାସରୁ ଏହି କାର୍ଯ୍ୟ ବନ୍ଦ ରହି ଥିବା ବେଳେ ମରାମତି କାର୍ଯ୍ୟ ସମ୍ପୁର୍ଣ୍ଣ ହେଲା କି ନାହିଁ ଜଣା ପଡିଲା ନାହିଁ। ଏହି ରାସ୍ତାଟି ୨ କୋଟି ଟଙ୍କା ବ୍ୟୟ ଅଟକଳ ରେ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ କରାଯାଇ ମରାମତି କରାଯା ଉଥିବା ବଲାଙ୍ଗୀର ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ମହମ୍ମଦ ସହଵାଜ ପ୍ରକାଶ କରିଥିବାବେଳେ ଉକ୍ତ ରାସ୍ତା ର କୌଣସି ସ୍ଥାନରେ ଅଦ୍ୟାବଧି ଜନସୂଚନା ସମ୍ବନ୍ଧିତ ସ୍ୱଚ୍ଛତା କାର୍ଯ୍ୟ ଫଳକ ସ୍ଥାପନ କରାଯାଇନଥିବାରୁ ଜନସାଧାରଣ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହେଉଛି। ଅପରପକ୍ଷେ ଧର୍ମକୁ ଆଖିଠାର ଭଳି ନାମକୁ ମାତ୍ର କେଉଁଠି କେମିତି ରାସ୍ତା ଉପର ଫାଟ ଉପରେ ତାଳି ପକାଯାଇଥିଲେହେଁ ରାସ୍ତାତମାମ ଅଧିକାଂଶ ସ୍ଥାନରେ ସୃଷ୍ଟ ଫାଟ ଓ ଗର୍ତ୍ତ ର ମରାମତି ଏଯାବତ କରାଯାଇନାହିଁ.। ଏପରିକି ପିଚୁ ଭଳି ରାସାୟନିକ ପ୍ରଲେପ ମାଧ୍ୟମରେ ରାସ୍ତା ଉପରେ ପକା ଯାଇଥିବା ତାଳି ଉପରେ ଏବେବି ଫାଟ ସବୁ ସ୍ପଷ୍ଟ ବାରିହୋଇପଡୁଛି। ବିପଦ ସଂକୁଳ ତଥା ଦୁର୍ଘଟଣା ପ୍ରବଣ ପେଣ୍ଡ୍ରାବନ୍ଧ ପୋଲ ଉପର ରାଜପଥ ମରାମତି ବେଳେ ରାସ୍ତା ର ସ୍ଥାୟୀତ୍ୱ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ ହେଉଛି। ଉକ୍ତ ସ୍ଥାନରେ ରାସ୍ତା ଉପରେ ଥିବା ପୋଲ ର ପାରାପିଟ ଭାଙ୍ଗି ଯାଇଥିଲେ ସୁଦ୍ଧା ତାହାର ମରାମତି କରାଯାଇନାହିଁ କିମ୍ବା ଉକ୍ତ ପୋଲ ଉପର ରାସ୍ତା କୁ ସମତୁଲ ମଧ୍ୟ  କରାଯାଇନଥିବା ଦେଖିବାକୁ ମିଳିଛି। କୋଟି ଟଙ୍କା ର ଏହି ମରାମତି କାର୍ଯ୍ୟ ଚାଲିଥିବା ଅବସ୍ଥାରେ କାର୍ଯ୍ୟସ୍ଥଳୀ ରେ କୌଣସି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନଥିବା ପରିଲକ୍ଷିତ ହୋଇଛି। ଏନେଇ ଖରିଆର ରୋଡ଼ ସ୍ଥିତ ସହକାରୀ ଯନ୍ତ୍ରୀ ଙ୍କୁ ଯୋଗାଯୋଗ ସତ୍ୱେ ଫୋନ ଉଠାଉ ନଥିବାରୁ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ନିର୍ବାହୀ ଯନ୍ତ୍ରୀ କାମ ଭଲ ହୋଇଥିବା ନେଇ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟରେ ଦୁର୍ନୀତି ର ଗନ୍ଧ ବାରି ହେଉଥିବା ଚର୍ଚ୍ଚା ହେଉଥିବାବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଉକ୍ତ କାର୍ଯ୍ୟ ର ଏକ ନିରପେକ୍ଷ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ସାଧାରଣରେ ଦାବୀ ହେଉଛି।
Leave A Reply