Odisha news

ଟ୍ରକ ରେ ମହିଷିଁ ଚାଲାଣ, ବଜରଙ୍ଗ ଦଳ ସଦସ୍ୟ ଅଟକାଇଲେ 

0

ନୂଆପଡ଼ା – ୨୭/୫ :  ଲଖନା ଥାନା ଅନ୍ତର୍ଗତ ପୁରୁଣା ଲଖନା – ସୁଆଲବାହାଲ ରେଳୱେ ଫାଟକ ଠାରେ  ଏକ ମହିଷିଁ ବୋଝେଇ ଟ୍ରକ୍ କୁ କୁରୁମପୁରି ଓ ଲଖନା ବଜରଙ୍ଗ ଦଳ ସଦସ୍ୟ ଅଟକାଇ ଲଖନା ପୋଲିସ ଷ୍ଟେସନ କୁ ସୂଚିତ କରିଥିଲେ। ପୋଲିସ ଉକ୍ତ ଟ୍ରକ କୁ ଖାନ ତଲାସ କରିବାରୁ ୩୨ ଗୋଟି ମହିଷି ରହିଥିଲା। ଉପରୋକ୍ତ ମହିସିଁ ଚାଲାଣକାରୀ ଦଳ ଏହି ରାସ୍ତା ଦେଇ ଅନେକ ଥର ମହିଶିଁ ଓ ଗୋରୁ ଚାଲାଣ କରୁଥିବା ସୂଚନା ଅଞ୍ଚଳବାସୀ ପାଇଥିଲେ। ପୂର୍ବରୁ ମଧ୍ୟ  ଅଟକାଇ ବାକୁ ଅନେକଥର ପ୍ରୟାସ କରିଥିଲେ ମଧ୍ୟ ଧରିପାରି ନଥିଲେ। ଏଥର ମେଳିବାନ୍ଧି ବଜରଙ୍ଗ ଦଳ ଜଗି ଥିବାରୁ ରାତ୍ରି ପ୍ରାୟ ୨ ଟା ସମୟ ରେ ଉପରୋକ୍ତ ଟ୍ରକ ରେଳ ଫାଟକ ଦେଇ ଯିବା ସମୟରେ ପିଛା କରି ଧରିଥିଲେ । ଟ୍ରକ ନମ୍ୱର୍ ସି.ଜି- ୧୫ ଡି ଏଫ- ୫୬୩୫ କୁ ସିଜ୍ କରି ଦୁଇ ଜଣ ଙ୍କ ନାମ ରେ କେସ ଦାୟର ହୋଇଛି। ଏହି ମାମଲା ରେ ଜିତେନ୍ଦ୍ର କୁମାର,କାନପୁର ଓ ସହବାଜ୍ କୁରେଶି ସହରାନପୁର ଦୁହେଁ ଉତ୍ତର ପ୍ରଦେଶ ରାଜ୍ୟ ନିବାସି ତାଙ୍କ ବିରୁଦ୍ଧ ରେ ଆଜି ସେକ୍ସନ ୩୦୨(୨)/୩୧୭(୨)/୩(୫) ବିଏନଏସ ଓ ସେକ୍ସନ ୧୧(ଏ)(ଡି)(ଇ)  ଏନିମଲ ଆକ୍ଟ ୧୯୯୦ ରେ କେଶ ରୁଜୁ କରି ଦୁଇ ଜଣ ଙ୍କୁ କୋର୍ଟ ଚାଳନ୍ କରାଯିବ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ। ବଜରଙ୍ଗ ଦଳ ର ତୁଳସ ପଟେଲ, ଅର୍ଜ୍ଜୁନ ମାଝି, ଭକ୍ତ ବନ୍ଧୁ ରଣା, ବିକ୍କି ଗୁପ୍ତା, ସୁଗ୍ରେ ବରିହା, ଗୌରବ ସାହୁ ପ୍ରମୁଖ ଓ ସାଥୀ ଚାଲାଣକାରୀ ଟ୍ରକ କୁ ଧରିବା ରେ ସଫଳ ହୋଇଥିଲେ।

Leave A Reply