Odisha news

ଶ୍ରୀ ସାଇ କଳେଜର ସଫଳତା, ଭୂପେନ ପଟେଲ ହିନ୍ଦୀ ଟପ୍ପର

0
ନୂଆପଡା ୨୭/୫(ସୁରେନ୍ଦ୍ର ତିୱାରୀ) କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ଚଲିତ ବର୍ଷ ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କୋମନା ବ୍ଲକ କୁରୁମପୁରୀ ସ୍ଥିତ ଶ୍ରୀ ସାଇ କଳେଜ ର ଛାତ୍ର ଭୂପେନ ପଟେଲ ହିନ୍ଦୀ ବିଭାଗରେ ୭୫.୫% ରଖି ବିଶ୍ୱ ବିଦ୍ୟାଳୟ ଟପ୍ପର ହୋଇ କଳେଜ ତଥା ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ସେ ଏହି ସପଳତା ର ଶ୍ରେୟ ପିତାମାତା,ଅଧ୍ୟାପକ ଅଧ୍ୟାପିକା ଓ ସହପାଠି ଙ୍କୁ ଦେଇଛନ୍ତି । ମହାବିଦ୍ୟାଳୟ ର ପ୍ରଥମ ବ୍ୟାଚ୍  ୨୦୨୧ରେ ସମାଜ ବିଜ୍ଞାନ ରେ ଦ୍ୱିତୀୟ ଓ ତୃତୀୟ ର‌୍ୟାଙ୍କ ହାସଲ କରିଥିଲା । ସେହିଭଳି ୨୦୨୩ ମସିହାରେ ମଧ୍ୟ ଏହି ମହା ବିଦ୍ୟାଳୟର ଛାତ୍ର ହିନ୍ଦୀ ବିଭାଗରେ ଶିର୍ଷ ସ୍ଥାନ ଅଧିକାର କରିଥିଲେ । ସେହିଭଳି କଳେଜସ୍ତର ରେ ଏଥର ରାଜନୀତି ବିଜ୍ଞାନରେ  ଅନୁପମ ବିଶି  ଓ ସୋମନାଥ ନାୟକ , ଶିକ୍ଷାରେ ଶ୍ରେଷ୍ଠା ମିଶ୍ର, ସମାଜ ବିଜ୍ଞାନ ରେ ଫନିକେଶ ସାହୁ ଓ ଓଡି ବିଷୟରେ ଦେବେନ୍ଦ୍ର ମାଝୀ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ସହ ଅଧ୍ୟାପକ ଅଧ୍ୟାପିକାଙ୍କ ଆନ୍ତରିକ ଉତ୍ସାହ, ଅଧ୍ୟକ୍ଷ ଡ. ଅଶୋକ ପଟ୍ଟନାୟକଙ୍କ ପ୍ରେରଣା ର ଫଳ ବୋଲି ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମୁକେଶ ଭସାଣି କହିଛନ୍ତି ।
Nalco
Leave A Reply