ବାଲିଗୁଡା,୨୭/୫-; ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ଶ୍ରାଦ୍ଧ ଦିବସ ବାଲିଗୁଡା କଂଗ୍ରେସ ଦଳ ତରଫରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ ପାଳନ ହୋଇଯାଇଛି । ସ୍ୱର୍ଗତ ଜବାହରଲାଲଙ୍କ ସ୍ମୃତି ଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡା ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ପୁର୍ବତନ ସାଂସଦ ପାର୍ଥୀ ମନୋଜ କୁମାର ଆଚାର୍ଯ୍ୟ,ପୁର୍ବତନ ବ୍ଲକ ଅଧକ୍ଷ କେ ବଳରାମ ଦୋରା, ସପ୍ନେଶ୍ୱର ସାହୁ,ଶୁକଦେବ ନାୟକଅମର,ଗୌରି ଶଙ୍କର ଆଚାରୀ,କାଉଁସିଲର ଅଜୁ ଦିଗାଳ. ସମେତ ଅନେକ କଂଗ୍ରେସ କର୍ମି ଉପସ୍ଥିତ ଥିଲେ ।
