ନୂଆପଡ଼ା -୨୧/୫(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ କୋଟେନଚୁଆଁ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତବାସୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଜଣାଇବା ପରେ ମଧ୍ୟ ଆଶାନୁରୂପ ଫଳ ମିଲିପାରିଲା ନାହିଁ ଏଣୁ ଆଜି ଉପରୋକ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବା ର ଆଜି ଚତୁର୍ଥ ଦିବସ। ତିନି ଦଫା ଦାବୀ ପତ୍ର ରେ ଦର୍ଶାଇଛନ୍ତି ଯେ ଅଙ୍ଗୱାଡ଼ି କେନ୍ଦ୍ର ନମ୍ବର -୧ ଶିଶୁ ମାନେ ଅଙ୍ଗୱାଡ଼ି କେନ୍ଦ୍ର -୨ କୁ ସ୍ଥାନାନ୍ତର କରାଯାଉ ଓ ଅଙ୍ଗନୱାଡ଼ି -୨ ର ଶିଶୁ ଙ୍କୁ ଅଙ୍ଗନୱାଡ଼ି -୧ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଉ। ଉକ୍ତ ଦୁଇ କେନ୍ଦ୍ର କୁ ଦୁଇ କିଲୋମିଟର ଚାଲି ଚାଲି କୋମଳ ମତି ଶିଶୁମାନେ ଅଙ୍ଗନୱାଡ଼ି କେନ୍ଦ୍ର କୁ ଆସୁଛନ୍ତି। ଏହା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ର ଭୁଲ ସର୍ଭେ ର ପରିଣତି ନୁହେଁ କି ? ଅଙ୍ଗନୱାଡି-୨ ର ସହାୟିକା ଅନ୍ୟ ଜିଲ୍ଲା ରୁ ନିଯୁକ୍ତ ପାଇଛନ୍ତି ଓ ସେ ଉପରୋକ୍ତ ଗ୍ରାମ ର ନୁହନ୍ତି ଏଣୁ ତାଙ୍କର ବହିଷ୍କାର ଦାବି ସହ ସ୍ଥାନୀୟ ମହିଳା ଙ୍କୁ ଉପରୋକ୍ତ ସ୍ଥାନ ରେ ନିଯୁକ୍ତି ଦିଆଯାଉ। କୋଟେନଚୁଆଁ ଗ୍ରାମ ରେ ଏକ ମାତ୍ର ଜିଲ୍ଲା ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ଖୋଲିବା ପାଇଁ ଦାବି ରହିଛି। ଧାରଣା ସ୍ଥଳକୁ ପ୍ରଥମ ଦିନ ତହସିଲଦାର, ଆଇଆଇସି ଆସି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରି ଦାବି ପତ୍ର ଗ୍ରହଣ କରିଥିଲେ କିନ୍ତୁ ଆଲୋଚନା ବିଫଳ ହୋଇଥଲା ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଙ୍କ ଦ୍ଵାରା ସୁଚନା ମିଳିଛି। ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝି, ନାଏବ ସରପଞ୍ଚ ବାଳ କୁମାର ରାଉତ, ଫୁଲ ନାଥ ଶବର, ଈଶ୍ୱର ରାଉତ୍,ଖେଦୁ ରାମ ରାଉତ୍,ରୁପସିଂ ମାଝି, ପ୍ରେମ ସିଂ ରାଉତ, ନନ୍ଦୁ ସିଂ ମାଝି, ବଂଶୀ ଲାଲ ଅଘରିଆ, ମୋଟା ସିଂ ମାଝୀ, ପ୍ରେମ ଜାଲ ଓ ଦୁର୍ବାସା ରାଉତ , ଆତ୍ମା ସାଏ ମାଝୀ, କପୁରଚନ ମାଝି, ରାଏ ସିଂ ଅଘରିଆ ପ୍ରମୁଖ ସହ ଶତାଧିକ ପଞ୍ଚାୟତବାସି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି। ଦାବି ପୂରଣ ନ ହେବା ଯାଏଁ ଧାରଣା ଚାଲୁ ରହିବ ବୋଲି ପଞ୍ଚାୟତବାସି ସୂଚନା ଦେଇଛନ୍ତି