Odisha news

ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ:- ଅଧିକାରି ଙ୍କ ନିଘା ନାହିଁ।

0
ନୂଆପଡ଼ା -୨୦/୫ ( ସୁରେନ୍ଦ୍ର ତିୱାରୀ) ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ଯେ କୌଣସି ସରକାରୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ  ତିଆରି କରିବା ବାଧ୍ୟତା ମୂଳକ ଅଟେ । ଯେଉଁଥିରେ ପ୍ରକଳ୍ପ ର ସମସ୍ତ ତଥ୍ୟ ଜନସାଧାରଣ ଜାଣି ପାରିବେ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଜାଣି ପାରିବେ କେତେ ଟଙ୍କାର କାର୍ଯ୍ୟ ଅଟକଳ ଓ ସମ୍ପୂର୍ଣ ତଥ୍ୟ ରହିବ  କିନ୍ତୁ ଠିକାଦାର ମାନେ ତାହା ନ କରି ନିଜ ମନ ଇଚ୍ଛା କାର୍ଯ୍ୟ କରିବା ସହ କାର୍ଯ୍ୟଳୟ ଆରମ୍ଭ ହୋଇ ଉପର ଛାତ ପଡ଼ି ସାରିଛି ହେଲେ ଏପର୍ଯ୍ୟନ୍ତ ସୂଚନା ଫଳକ ତିଆରି କରାଯାଇ ନାହିଁ ଏଭକି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ମୃତ୍ତିକା ସଂରକ୍ଷଣ ବିଭାଗର କାର୍ଯ୍ୟାଳୟ ନିର୍ମାଣରେ ଆଜିକୁ ଅନେକ ଦିନ ହେବ ସିନାପାଲିର ଏକ ଭଡ଼ା ଘରେ ଅସ୍ଥାୟୀ ଭାବେ ଅଫିସ କରି କାର୍ଯ୍ୟ ଚାଲିଥିଲା ପରେ ବରଗାଁ ଗ୍ରାମପଞ୍ଚାୟତ ସ୍ଥିତ ମହୁଲଭଟା ଠାରେ ଏକ ସରକାରୀ ଜମି ଚିହ୍ନଟ କରି ଅଫିସ ଗୃହ ନିର୍ମାଣ କରାଯାଉଛି। ହେଲେ ଠିକାଦାର ଅର୍ଥ ଆତ୍ମସାତ କରିବା ଉପାୟ ଅବଲମ୍ବନ କରି ବିନା ସୂଚନା ଫଳକ ରେ ଆଜିକୁ ଅନେକ ଦିନ ଧରି କାର୍ଯ୍ୟ ଚଲେଇଛନ୍ତି ବୋଲି ଅଭିଯୋଗ ହେଉଛି। ଯାହାକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କି  ମାରୁଛି , କାରଣ କାର୍ଯ୍ୟ ଆରମ୍ଭ ରୁ ସୁଚନା ଫଳକ ତିଆରି ହେବା କଥା ଓ କାର୍ଯ୍ୟକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ତଦନ୍ତ କରିବା କଥା କିମ୍ଵା ବୋର୍ଡ ତିଆରି ପରେ ହିଁ କାର୍ଯ୍ୟାଦେଶ ଦେବା କଥା ହେଲେ କେଉଁ ସ୍ୱାର୍ଥରେ ବିଭାଗୀୟ ଅଧିକାରୀ ଚୁପ ରହି କାର୍ଯ୍ୟ ଆଗେଇ ଚାଲିଛି ତାହା ଅତି ଦୁଃଖର ବିଷୟ ବର୍ତ୍ତମାନ ସ୍ପଷ୍ଟ ଭାବରେ ଜଣା ପଡୁଛି ସରକାରଙ୍କ ନିର୍ଦ୍ଧେଶକୁ ଆଖିଠାରି ବେଧଡକ କାର୍ଯ୍ୟ କରୁଛନ୍ତି। ଏହା ଜିଲ୍ଲା ର ଏକ ଉଦାହରଣ ମାତ୍ର ଏଭଳି ଅନେକ ସ୍ଥାନ ରେ ସୁଚନା ଫଳକ ତିଆରି ହେଲେ ମଧ୍ୟ ତଥ୍ୟ ରହୁ ନାହିଁ, ଅଭିଯୋଗ ହେଲେ ଅଧିକାରି ତଦନ୍ତ ରେ ଗଲେ ରାତା ରାତି ସୁଚନା ଫଳକ ନିର୍ମାଣ କରୁଛନ୍ତି। ଏ ସଂପର୍କ ରେ ପଚାରି ବୁଝି ବା ପାଇଁ ଆମ ପ୍ରତିନିଧି ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ଅଧିକାରି ଅର.ଆର.ପାତ୍ର ଙ୍କୁ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିବାରୁ ପ୍ରଥମ ଥର ରିଙ୍ଗ ହୋଇ ପରେ ଆଉ ଥରେ କଲ କରିବାରୁ ତାଙ୍କ ମୋବାଇଲ ସ୍ୱିଚ୍ ଅଫ ଥିଲା । ଉପରୋକ୍ତ ଘଟଣା ର ଜିଲ୍ଲା ପ୍ରଶାସନ  ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଧାରଣ ରେ ଦାବୀ ହେଉଛି।
Leave A Reply