Odisha news

ଅପରେସନ ସିନ୍ଦୁର:- ଆତଙ୍କବାଦ୍ ବିରୁଦ୍ଧ ରେ ପରାକ୍ରମ ଶୋଭା ଯାତ୍ରା ରେ ସାମିଲ ହେଲେ ସାଂସଦ କଳାହାଣ୍ଡି।                     

0

ନୂଆପଡ଼ା -୨୦/୫ (ସୁରେନ୍ଦ୍ର ତିୱାରୀ) ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୁର ର ସଫଳତା ପାଇଁ ସାରା ଭାରତ ରେ ଗର୍ବ ଏବଂ ଉତ୍ସାହ ଦେଖାଦେଇଛି ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ନୂଆପଡ଼ା ପକ୍ଷ ରୁ ପାତଳେଶ୍ୱର ମଣ୍ଡଳ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ଉଦ୍ୟାନବନ୍ଧ ଠାରୁ ଜଡମୁଣ୍ଡା ପଞ୍ଚାୟତ ଠୋଙ୍ଗୋ ପର୍ଯ୍ୟନ୍ତ ମଣ୍ଡଳ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିରଙ୍ଗା ଯାତ୍ରା ରେ  କଳାହାଣ୍ଡି ସାଂସଦ ମାଲବିକା କୁମାରୀ ସିଂଦେଓ, ବିଜେପି ଜିଲ୍ଲା  ସଭାପତି କମଲେଶ ଦୀକ୍ଷିତ, ନୂଆପଡା ବିଧାନସଭା ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ତୁଳସ ପଟେଲ, କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ ମାନସ ରଥ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ଙ୍କ ସମେତ ଭାରତୀୟ ଜନତା ପାର୍ଟି ର ସଦସ୍ୟ ସଦସ୍ୟା ପଞ୍ଚାୟତ ରେ ଅନେକ ବଦାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏ ଅବସର ରେ  ଦେଶ ସେବା କରିଥିବା ବୁଦ୍ଧି କୋମନା ର ଅବସରପ୍ରାପ୍ତ ସୈନିକ ଭୁବନେଶ୍ୱର ବାଗ, କୋମନା ର  ଅବସରପ୍ରାପ୍ତ ସୈନିକ ଓଁକାର ସାହୁ, କୋନାବିରା ର ଅବସରପ୍ରାପ୍ତ ସୈନିକ ଗୋକୁଳ ନାୟକ ଙ୍କୁ ସମ୍ମାନିତ କରି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶତାଧିକ ଦେଶପ୍ରେମୀ ଜନ ସାଧାରଣ ଉପରୋକ୍ତ ପରାକ୍ରମ ଶୋଭା ଯାତ୍ରା ରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସମସ୍ତଙ୍କୁ ଭାଜପା ପକ୍ଷ ରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

Leave A Reply