ନୂଆପଡ଼ା -୧୬/୫ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଗ୍ରାମ ସ୍ଥିତ ବଡ଼ ବନ୍ଧ (ପୋଖରୀ) ଟି ବହୁତ ବର୍ଷ ହେବ ସଫା ହୋଇ ନ ଥିଲା ଫଲରେ ଏକ ଜୁଟ ହୋଇ ଗ୍ରାମବାସି ଶ୍ରମଦାନ କରି ସଫା କଲେ। ପଙ୍କ, ଅନାବନା ବୁଦା, ଜଗଲ, ଅମରି ଗଛ ଇତ୍ୟାଦି ଦ୍ଵାରା ପୋଖରି ଆଚ୍ଛାଦିତ ହୋଇ ଆଉ ଗାଧୋଇବା କିମ୍ବା ନିତ୍ୟକର୍ମ ଯୋଗ୍ୟ ହୋଇନଥିଲା । ଉଚ୍ଚ କର୍ତ୍ତୁପକ୍ଷ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ତ୍ଵେ ଆଉ ଦୃଷ୍ଟି ଦେଇନଥିଲେ। ଏକ ବୈଠକ କରି ଗ୍ରାମ ବାସୀ ମିଳିତ ହେଇ ଶ୍ରମ ଦାନ କରି ଉପରୋକ୍ତ ପୋଖରି କୁ ସଫା କରିଛନ୍ତି। ଏଠାରେ ସୁଚନା ଯୋଗ୍ୟ ଯେ ତରବୋଡ ସ୍ଥିତ ଯେତେକ ସରକାରୀ କାର୍ଯ୍ୟାଳୟ ଅଛି ସେ ସମସ୍ତ ବିଭାଗ୍ ପକ୍ଷ ରୁ ମଧ୍ୟ ଶ୍ରମଦାନ କରି ପୋଖରି ସଫା କରିବାକୁ ସମୟ ଦେବେ ବୋଲି ସୁଚନା ରହିଛି। ଉପରୋକ୍ତ ଶ୍ରମଦାନ ରେ ମୁନା ରାମ ଅହିର୍, ପ୍ରଫୁଲ୍ଲ ବୁଦ୍ଧିଆ, ଅର୍ଜ୍ଜୁନ ଜଗତ , ଗଦାଧର ଗହିର, ପରସ ଅହିର, ସଞ୍ଜୀବ ପାଣିଗ୍ରାହୀ, ନରସିଂହ ସାହୁ, ଫୁଲମତି ମାଝି, ଲଳିତା ମୋହରା, ଅବନୀ ମାଝି ,ଘାସି ରାମ ଭୋଇ, ପରଦେଶୀ ମେହେର, କାନ୍ତି ସେଠୀ, ପ୍ରମୁଖ ସହ ଶତାଧିକ ଗ୍ରାବାସୀମାନେ ଶ୍ରମଦାନ ରେ ଯୋଗ ଦେଇଥିଲେ।